Site icon Awaj Media

ଦିବଂଗତ ବିଜେଡି ନେତା ସନ୍ୟାସୀ ସାମଲ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଲେ ଦଶପଲ୍ଲା ବିଧାୟକ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବ୍ଲକ ବିଜେଡି ସଭାପତି ସନାତନ ସାମଲ ଚିକିତ୍ସାଧୀନ ଅବସ୍ଥାରେ ଭୁବେନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ମୃତ୍ୟୁ ବରଣ କରିଛନ୍ତି l ଗତ କିଛି ଦିନ ତଳେ ନୂଆଗାଁ ରୁ ଗାଁ କୁ ମୋଟର ସାଇକେଲ ରେ ଫେରୁଥିବା ବେଳେ ରାସ୍ତାରେ ଦୁର୍ଘଟଣା ଘଟିଥିଲା l ପ୍ରଥମେ ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଲୟକୁ ନିଆଗଲା ପରେ ସେଠି ଅବସ୍ଥା ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା l କିନ୍ତୁ ଅପରାହ୍ନ ରେ ଖବର ମିଳିଲା କି ସନ୍ୟାସୀ ଭାଇ ଆଉ ନାହାନ୍ତି l ଖବର ପାଇଁ ନୂଆଗାଁ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ l ସେ ଜଣେ ପରୋପକାରୀ ଏବଂ ଦକ୍ଷ ସଂଗଠକ ଥିଲେ ! ଆଗରୁ ସିକ୍ରିଡ଼ା ପଞ୍ଚାୟତର ସରପଞ୍ଚ ଥିଲେ l ଖୋଲା ହୃଦୟର ମଣିଷ ଥିଲେ l ଖବର ପାଇ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଦୁଃଖ ପ୍ରକାଶ କରିଛନ୍ତି ! ନୂଆଗାଁ ବ୍ଲକ ବିଜୁ ଯୁବ ଭବନ ପାଖରେ ଦଶପଲ୍ଲା ବିଧାୟକ, ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ଦିଲ୍ଲୀପ ଦଳବେହେରା, ଶଙ୍କର୍ଷଣ ବେହେରା, ନୂଆଗାଁ ସରପଞ୍ଚ ଅମିତା ପ୍ରଧାନ, ସମିତିସଭ୍ୟ ଶ୍ରଦ୍ଧାଞ୍ଜଳି ଶାସମଲ ଏବଂ ସନ୍ୟାସୀ ଭାଇଙ୍କୁ ଭଲ ପାଉଥିବା ଅନେକ ଲୋକେ ଏକାଠି ହୋଇ ମରଶରୀର ରେ ପୁଷ୍ପମାଳ ଦେଇ ଗଭୀର ଶୋକ ପ୍ରକାଶ କରିଥିଲେ l ନୂଆଗାଁ ରେ ପଞ୍ଚୁପାଣ୍ଡବ ମହୋତ୍ସବ 3ୟ ଦିବସ ଚାଲିଥିବା ବେଳେ, ମହୋତ୍ସବ ପଡିଆରେ ସ୍ବର୍ଗତ ସନ୍ୟାସୀ ସାମଲ ଙ୍କ ଉଦ୍ଦେଶ୍ୟରେ ଭକ୍ତିପୁତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା l

Exit mobile version