Site icon Awaj Media

ବିଶ୍ବ କ୍ୟାନ୍ସର ଦିବସ ଅବସର ରେ ସୋପଭା ଟ୍ରଷ୍ଟ ତରଫ ରୁ କେଶ ଦାନ ଶିବିର ଅନୁଷ୍ଠିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ବିଶ୍ବ କ୍ୟାନ୍ସର ଦିବସ ଅବସର ରେ ସୋପଭା ଟ୍ରଷ୍ଟ ତରଫ ରୁ କେଶ ଦାନ ଶିବିର ଅନୁଷ୍ଠିତ । କ୍ୟାନ୍ସର ପୀଡ଼ିତା ଙ୍କ ଉଦ୍ଦେଶ୍ୟ ରେ “କେଶ ଥିଲେ ଦିଅନ୍ତୁ , କେଶ ନ ଥିଲେ କେଶୀ ନିଅନ୍ତୁ ” ଅଭିଯାନ ରେ ସାମିଲ ହୋଇ କ୍ୟାନ୍ସର ଉପରେ ସଚେତନତା କାର୍ଯ୍ୟକ୍ରମ ସହିତ ସାତ ଜଣ କେଶ ଦାନ କରିଛନ୍ତି । ଭୁବନେଶ୍ୱର ରୁ ଗୀତା ବିଶ୍ୱାସ, ସୁସ୍ମିତା ପାତ୍ର, ଭଦ୍ରକ ରୁ ବିଶ୍ମିତା ଜେନା, ବାଲେଶ୍ଵର ରୁ ଲମ୍ବୋଦର ମଲ୍ଲିକ,କଟକ ରୁ ଦିବ୍ୟପ୍ରଭା ନନ୍ଦ ଓ ଝାରଖଣ୍ଡ ରାଜ୍ୟ ରୁ ଅନ୍ୟା ଶର୍ମା ଓ ଜଟଣୀ ରୁ ହରପ୍ରିୟା ନାୟକ ଦ୍ୱିତୀୟ ଥର ପାଇଁ କେଶ ଦାନ କରିଛନ୍ତି। ସୋପଭା ଟ୍ରଷ୍ଟ ତରଫରୁ କ୍ୟାନ୍ସର ଦିବସ ଅବସର ରେ ଜଣେ କ୍ୟାନ୍ସର ପୀଡ଼ିତା ଙ୍କୁ କେଶୀ ଉପହାର ସ୍ବରୂପ ପ୍ରଦାନ କରାଯାଇଛି । ଅନୁଷ୍ଠାନ ତରଫରୁ ଓଡ଼ିଶା ରେ ପ୍ରଥମ ଥର କ୍ୟାନ୍ସର ପୀଡ଼ିତା ଙ୍କ ଉଦ୍ଦେଶ୍ୟ ରେ କେଶ ଦାନ କରିବା ସହିତ କ୍ୟାନ୍ସର ପୀଡ଼ିତା ଙ୍କୁ ମାଗଣା ରେ ପ୍ରାକୃତିକ କେଶୀ ତିଆରି କରାଯାଉଥିବା ଯାଇଥିବା ଷ୍ଟଲ ଯୋଗାଇ ଦିଆଯାଉଛି ।

Exit mobile version