Site icon Awaj Media

ଆର କେ ଏସ ଏସ ସ୍ଵେଛାସେବୀ ଅନୁଷ୍ଠାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଖଜୁରୀ ଗୁଡ ପ୍ରସ୍ତୁତି ତାଲିମ ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଅନ୍ତର୍ଗତ ରୁମୁଣ୍ଡା ଗ୍ରାମ କୋଠାଗୃହ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କୁ ତଥା ଚାଷୀଙ୍କୁ ଖରୁରୀ ଗୁଡ ପ୍ରକ୍ରିୟାକରଣ, ନେତୃତ୍ଵର ବିକାଶ, ଆର୍ଥିକ ସ୍ଥାୟୀର ପରିବର୍ତନ, ଆର୍ଥିକ ସାକ୍ଷରତା ଓ ବଜାରୀକରଣ ବ୍ୟବସ୍ତା ବିଷୟରେ ତାଲିମ ଦିଆ ଯାଇଥିଲା । ଏହି ତାଲିମ ଶିବିରର ଉଦ୍ଘାଟନ କାର୍ଯ୍ୟକ୍ରମରେ ଆର. କେ. ଏସ. ଏସ. ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥା, ଗଜପତି ସହାୟତାରେ 12 ଟି ସ୍ଵୟଂ ସହାୟକ ଗୋଷ୍ଠୀର 56 ମହିଳା ଚାଷୀଙ୍କୁ ଏକ ଦିନିଆ ହେଇଥିବା ସଭ୍ୟା/ଚାଷୀଙ୍କୁ ତାଲିମ ଶିବିର ଦିଆଯାଇଥିଲା । ଏହି ତାଲିମ ଶିବିର ର ଦ୍ଵିପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଡ଼ି. ଡ଼ି. ଏମ, ନାବାର୍ଡ, ପ୍ରତୀକ ପଣ୍ଡା, ଶ୍ରୀ ମୋନଜ କୁମାର ସାବତ, ଡ଼ି ଏଲ ଟି, ତାଲିମ ଦାତା, ସି ଆର ପି, ପ୍ରେମଲତା ମଣ୍ଡଳ ଖଜୁରୀଗୁଡ Society ର ସମ୍ପାଦକ ପ୍ରଫୁଲ୍ଲ ରଇତ ଉପସ୍ଥିତ ଥିଲେ। ଆର. କେ. ଏସ. ଏସ ଅନୁଷ୍ଠାନର ସଂଯୋଜକ ଶ୍ରୀ ତରୁଣ କୁମାର ନାୟକ ଉପସ୍ଥିତ ରହି ଏହି ତାଲିମ କାର୍ଯ୍ୟକ୍ରମର ଉଦେଶ୍ୟ ବୁଝାଇ ଥିଲେ । ଉକ୍ତ ଶିବିରରେ ମୁଖ୍ୟତ ମହିଳା ସଶକ୍ତିକରଣ, ଦଳ ପରିଚାଳନା, ଦଳର ଦଶାସୃତି କାର୍ଯ୍ୟକ୍ରମ, ଖାତାପତ୍ର ଲେଖିବା, ଋଣ ଆଦାନ ପ୍ରଦାନ, ସୁଧର ହିସାବ ଓ ସରକାରଙ୍କ ବିଭିନ୍ନ ବିଭାଗ ସହ ସମାନ୍ଵୟ ରକ୍ଷା କରି ଦଳ ଦ୍ଵାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଯଥା- କୃଷି ଭିତିକ, ଉଦ୍ୟାନ ଭିତିକ ଓ ନାବାର୍ଡ ଏବଂ କେ. ସି. ସି ଋଣର ଅଭିଯାନ ରେ ବିଭିନ୍ନ ପ୍ରକାର ଯଥା :- ମହିଳା ମାନଙ୍କୁ ଛତୁଚାଷ, କୁକୁଡା ପାଳନ, ଧୂପକାଠି ତିଆରି ଓ ସିଲାଇ ପ୍ରବୃତି ତାଲିମ ନେଇ ନିଜେ କିପରି ରୋଜଗାର କରି ପାରିବେ, ଆର୍ଥିକ ସ୍ଵାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା :- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ଜୀବନଜ୍ୟାତି ବୀମା, ଅଟଳ ପେନସନ, ଫସଲ ବୀମା, ନିର୍ମାଣ ଶ୍ରମିକ ପଞ୍ଜୀକରଣ, ଫ୍ରେଡ ମୋବାଇଲକୁ ଫୋନ କରି ଟଙ୍କା ପଇସା ବ୍ୟାଙ୍କ ଖାତା ମାଧ୍ୟମରେ ଟଙ୍କାକୁ ଉଠାଇଦେବା, ATM କାର୍ଡ ବ୍ୟବହାର, ସୁଭଦ୍ରା ଯୋଜନା ପଞ୍ଜୀକରଣ ଓ ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ସଂପର୍କରେ ବୁଝା ଯାଇଥିଲା। ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଆଜିର ତାଲିମ ଶିବିରର ଲକ୍ଷ ଓ ଉଦେଶ୍ୟ ବୁଝାଇ ସ୍ଵାଗତ ଭାଷଣ ଦେଇଥିବା ବେଳେ, ଶ୍ରୀ ତରୁଣ କୁମାର ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନ, ସି. ଆର. ପି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ।

Exit mobile version