Site icon Awaj Media

ସନ୍ତୋଷୀ ମା ଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ପାରାଦୀପ ଅଠର ବାଙ୍କୀ ରେଲୱେ କଲୋନୀ ରେ ଦୀର୍ଘ ପଚିଶି ବର୍ଷ ଧରି ମା ସନ୍ତୋଷି ଙ୍କର ପୂଜା ଅର୍ଚ୍ଚନା ଚାଲିଥିବା ବେଳେ ଏ ବର୍ଷ ମା ଙ୍କର ବିଶ୍ଵଶାନ୍ତି ମହାଯଜ୍ଞ ତିନି ଦିନ ଧରି ମହା ଆଡ଼ମ୍ବରରେ ପାଳିତ ହୋଇଛି l ଏହି ଯଜ୍ଞ ରେ ବିଶ୍ୱର ମଙ୍ଗଳ କାମନା କରା ଯାଇଥିବା ବେଳେ ସମସ୍ତ ଜନସାଧାରଣ ଶାନ୍ତି ଓ ସମୃଦ୍ଧି ରେ ଜୀବନ ଯାପନ କରିବା ପାଇଁ କାମନା କରା ଯାଇଥାଏ l ଏହି ପୂଜା ବହୁ ବାଧା ବିଘ୍ନ ସହ ଚାଲି ଆସୁଥିବା ବେଳେ , ଏବେ ଏହି ବିଶ୍ଵଶାନ୍ତି ମହାଯଜ୍ଞ କୁ ମା ସନ୍ତୋଷି ମନ୍ଦିର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଉପଦେଷ୍ଟା ଭାବେ ରଞ୍ଜିତ ସ୍ୱାଇଁ, ଜ୍ଞାନ ରଞ୍ଜନ ପ୍ରଧାନ, ଚନ୍ଦନ ଜେନା ପ୍ରମୁଖ ଙ୍କ ତତ୍ତ୍ୱାବଧାନରେ ପାଳନ କରାଯାଇଛି l

Exit mobile version