କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ପିଛା ଛାଡ଼ୁନି ବିବାଦ.. ଭାଇରଲ ଭିଡିଓକୁ ନେଇ ପୁଣି ବିବାଦ ଘେରରେ କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର.. ଗତକିଛି ଦିନ ତଳେ କେମିତି ଏତେ ବର୍ଷ ଡ ସତ୍ୟବ୍ରତ ଗୋଟିଏ ପଦରେ ଗାଦି ମାଡି ବସିଛନ୍ତି ଓ ଅନ୍ୟତ୍ର ବଦଳି ହେଉନାହିଁ ସେ ନେଇ କର୍ପୋରେଟରମାନେ ସ୍ୱର ଉତ୍ତୋଳନ କରିବା ପରେ ସିଏମସି କମିଶନର ଛିଠି ଲେଖିଥିଲେ। ଏହା ପରେ ଚହଳ ପକାଇଥିବା ଗୀତ ‘ଛି ଛି ରେ ନନି ଛି’ ଗୀତରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମତୁଆଲା ନାଚ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ଓ ସତ୍ୟବ୍ରତଙ୍କୁ ବିବାଦ ଘେରକୁ ଟାଣି ଥିଲା। ବର୍ତ୍ତମାନ ଭାରତ ଇଂଲଣ୍ଡ କ୍ରିକେଟ ମ୍ୟାଚ ଖେଳ ସମୟରେ ବେଲଭିୟୁ ଛକ ଜୁଡିସିଆଲ ଏକାଡେମୀ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଏକ ବୁଲାକୁକୁର ଗୋଟିଏ ଗୋରୁର ଦରଖଣ୍ଡିଆ ଗୋଡ଼କୁ ଧରି ଦୌଡୁଥିବା ଦୃଶ୍ୟ ସହ ସତ୍ୟବ୍ରତଙ୍କ ଛି ଛି ନନି ନାଚ ଖୁବ ଜୋରଦାର ଭାଇରାଲ ହେଉଛି। ଯାହାକୁ ସୋସିଆଲ ମିଡିଆରେ ସ୍ୱାସ୍ଥ୍ୟ ବିଭାଗ vs ବୁଲାକୁକୁରର ନାମ ଦିଆଯାଇଛି। ତେବେ କୁକୁର ବନ୍ଧ୍ୟାକରଣ ଦାୟିତ୍ୱ ସିଏମସି ସ୍ୱାସ୍ଥ୍ୟ ବିଭାଗ ହାତରେ ରହିଥିବା ବେଳେ ଏହା କେତେ ସଫଳ ସେକଥା ସମସ୍ତେ ଜାଣିଛନ୍ତି। ଏଣୁ ଆଗାମୀ ଦିନରେ ବୁଲାକୁକୁର ଗୋରୁ ଗୋଡ ଧରା ଭିଡିଓ ସହ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଛି ଛି ନନି ନାଚ ବେଶ ମହଙ୍ଗା ପଡିପାରେ ବୋଲି ଚର୍ଚ୍ଚା ହେଉଛି।
ମହଙ୍ଗା ପଡିପାରେ ‘ଛି ଛି ନନି’ ନାଚ !!!

