Site icon Awaj Media

ବାଣପୁର ଅଞ୍ଚଳ ରେ ନିମ୍ନ ମାନର ଖାଦ୍ୟ : ଖାଦ୍ୟ ଓ ସୁରକ୍ଷା ବିଭାଗର ପକ୍ଷରୁ କାର୍ଯ୍ୟାନୁଷ୍ଠାନ କେବେ ???

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ପ୍ରାୟ କିଛି ଖାଦ୍ୟ ଦୋକାନୀ ମାନେ ବ୍ୟବସାୟ ବଢେଇବା ପାଇଁ ଅପମିଶ୍ରିତ ଏବଂ ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବାର ଅଭିଯୋଗ ହୋଇଛି । ଗୋଟିଏ ପଟେ ଫାଷ୍ଟ ଫୁଡ୍ ବ୍ୟବସାୟୀ ମାନେ କେମିକାଲ ଯୁକ୍ତ ଏବଂ ଅପମିଶ୍ରିତ ଖାଦ୍ୟ ସାମଗ୍ରୀର ବ୍ୟବସାୟରେ ରାତାରାତି ମାଲାମାଲ ହେଉଥିବା ବେଳେ ଅନ୍ୟପଟେ ଏହାକୁ ଖାଇ ସାଧାରଣ ଲୋକ ଅସୁସ୍ଥ ହୋଇ ପଡୁଛନ୍ତି । କିଛି ଫାଷ୍ଟ ଫୁଡ ଦୋକାନୀ ଫୁଡ୍ ଲାଇସେନ୍ସ କରି ନଥିବା ନଜିର ରହିଥିବା ବେଳେ ପ୍ରତିଦିନ ଛଣା ଯାଉଥିବା ପୋଡ଼ା ତେଲ ରେ ବାସୀ ଖାଦ୍ୟ କୁ ପୁଣି ରାନ୍ଧି ଗ୍ରାହକ ମାନଙ୍କୁ ଦେଉଥିବାର ଅଭିଯୋଗ ହୋଇଛି । ଖାଦ୍ୟ ଓ ସୁରକ୍ଷା ବିଭାଗର ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆ ଯାଉ ନଥିବା ବେଳେ ଫାଷ୍ଟ ଫୁଡ୍ ବ୍ୟବସାୟୀ ମାନେ ନିମ୍ନ ମାନର ଖାଦ୍ୟ ଖୁଲମ ଖୁଲା ବିକ୍ରୀ କରୁଥିବାର ଅଭିଯୋଗ ହେଉଛି । ଗଣମାଧ୍ୟମ ରେ ଖୋର୍ଦ୍ଧା ସିଡ଼ିଏମ ଙ୍କୁ ଅନୁରୋଧ କରିବା ସହ ବାଣପୁର ଅଞ୍ଚଳରେ ନିମ୍ନ ମାନର ଖାଦ୍ୟ ବିକୁଥିବା ଫାଷ୍ଟ୍ ଫୁଡ୍ ଦୋକାନୀ ମାନଙ୍କ ଉପରେ ଚଢ଼ାଉ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲାଇସେନ୍ସ ଯାଞ୍ଚ କରିବା ସହ ସମସ୍ତ ଦୋକାନୀ ମାନଙ୍କୁ ନିଜ ନିଜ ଦୋକାନରେ ସ୍ୱଛତା ବଜାୟ ରଖିବା ସହ ଉନ୍ନତ ମାନର ଖାଦ୍ୟ ବିକ୍ରି ପାଇଁ ତାଗିଦ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।

Exit mobile version