Site icon Awaj Media

ମାଘ ପୂର୍ଣ୍ଣିମାରେ ଗଜ ଉଦ୍ଧାରଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ଶ୍ରୀ ଜଗନ୍ନାଥ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ କୁମ୍ଭସଂକ୍ରାନ୍ତି ଓ ମାଘ ପୂର୍ଣ୍ଣିମାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ମାଘ ମାସ ସାରା ଭକ୍ତମାନେ ଭୋରରୁ ସ୍ନାନ ସାରି ଠାକୁରଙ୍କ ଦର୍ଶନ କରିବା ପାଇଁ ଆସୁଥିଲେ । ଆଜି ମାଘ ମାସର ଶେଷ ଦିନ ମାଘ ପୂର୍ଣ୍ଣିମା ହୋଇଥିବାରୁ ଭୋରରୁ ଭକ୍ତମାନେ ସ୍ନାନ ସାରି ନଡ଼ିଆ କଦଳୀ ଫୁଲ ଫଳ ଦୀପ ଧୂପ ସାଙ୍ଗରେ ଧରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଠାକୁରଙ୍କ ଆଶୀର୍ବାଦ ନେବା ପାଇଁ ଆସିଛନ୍ତି । ଆଜି ଠାକୁର ଗଜ ଉଦ୍ଧାରଣ ବେଶ ହୋଇଛନ୍ତି । ଯେତେବେଳେ ଗଜରାଜ ବିପଦରେ ପଡିଥିଲା।କୁମ୍ଭୀର ଗଜରାଜର ଗୋଡ଼କୁ ଧରିଥିଲା। ସେତେବେଳେ ଗଜରାଜ ଗୋଟିଏ ପଦ୍ମଫୁଲ ଶୁଣ୍ଢରେ ଧରି ବିଷ୍ଣୁଙ୍କୁ ସମର୍ପଣ ଭାବରେ ସ୍ମରଣ କରିଥିଲେ। ବିଷ୍ଣୁ ଗରୁଡ଼ ଉପରେ ବସି ଲକ୍ଷ୍ମୀ ଓ ସତ୍ୟଭାମାଙ୍କୁ ସାଙ୍ଗରେ ଧରି ଆସି ଉଭୟ ଗଜ ଓ କୁମ୍ଭୀରକୁ ଉଦ୍ଧାର କରି ମୋକ୍ଷ ପ୍ରଦାନ କରିଥିଲେ । ଏହି ଦିନ ଠାକୁରଙ୍କୁ ଦର୍ଶନ କଲେ ପୁଣ୍ୟ ମିଳେ ଓ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ମନ୍ଦିରରେ ଗଜେନ୍ଦ୍ର ମୋକ୍ଷଣ ସ୍ତୋତ୍ର ପାଠ ସହିତ ହରି ନାମ ସଂକୀର୍ତ୍ତନ କରାଯାଉଛି। ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Exit mobile version