Site icon Awaj Media

ଅବହେଳିତ ଅବସ୍ଥା ରେ ଥିବା ସମ୍ବରାପାଟ ଡ୍ୟାମର ହେବ ପୁନଃରୁଦ୍ଧାର !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଅବହେଳିତ ଅବସ୍ଥା ରେ ଥିବା ସମ୍ବରାପାଟ ଡ୍ୟାମର ହେବ ପୁନଃରୁଦ୍ଧାର ! କଟକ ଜିଲ୍ଲା ବଡମ୍ବା ବ୍ଲକ ଅଧୀନ କଙ୍କଡାଯୋଡ଼ି ପାର୍ଶ୍ବରେ ଅବହେଳିତ ଅବସ୍ଥାରେ ଥିବା ସମ୍ବରାପାଟ କ୍ଷୁଦ୍ର ଡ୍ୟାମ ର ହେବ ପୁନରୁଦ୍ଧାର । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଦୀର୍ଘ ଦିନ ହେବ ଦାବି କରି ଆସୁଥିଲେ। ତେବେ ଏହାର ଉନ୍ନତି କରଣ ନେଇ ଏକ ପ୍ରକାର ବାଟ ଖୋଲିଛି । ବଡମ୍ବା ବିଧାୟକ ବିଜୟକୁମାର ଦଳବେହେରା ଏହା କୁ ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ବଡମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟାକ୍ଷା ସ୍ଵର୍ଣ୍ଣଲତା ବେହେରା, କଙ୍କଡ଼ାଯୋଡ଼ି ସରପଞ୍ଚ ସୀତା ଦାସ, ସମିତି ସଭ୍ୟ ଲଷ୍ମୀଧର ପଣ୍ଡା, ସମାଜ ସେବୀ ବିଭୁଦତ୍ତ ପଟ୍ଟନାୟକ ଙ୍କ ସମେତ, ସ୍ଥାନୀୟ ଅଞ୍ଚଳ ବାସି ଯୋଗ ଦେଇଥିଲେ । ରାଜୁଡା ଅମଳ ରେ ବଡମ୍ବା ରାଜା ଏହି ସ୍ଥାନକୁ ଆସି ଜଳାଶୟ ମଧ୍ୟରେ ଥିବା ଘରେ ରହି ପାଣିର ଅନୁସରଣ ରେ ଆସୁଥିବା ଜୀବ ଜନ୍ତୁ ତଥା ସମ୍ବର କୁ ଶିକାର କରୁଥିଲେ। ତାଙ୍କ ନାମ ଅନୁସାରେ ଏହାକୁ ସମ୍ବରା ପାଟ ଡ୍ୟାମ କୁହାଯାଏ । ଏହାର ଭିତ୍ତି ଭୁମି ବିକାଶ ହେଲେ ଏହା ଚାଷୀ ଙ୍କ କାର୍ଯ୍ୟରେ ଆସିପାରିବ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ନିଆରା । ଏହାର ବିକାଶ ହେଲେ ପର୍ଯ୍ୟଟନ ମାନଙ୍କ ଆଗମନ ଘଟିବ। ଏକ ସୁସ୍ଥ ପରିବେଶ କୁ ଲୋକେ ଆଗମନ କରିବା ସହିତ ଏହାତ ସୌନ୍ଦର୍ଯ୍ୟ କୁ ବେଶ ଉପଭୋଗ କରିବେ। ଖୁବ ଏହାର କାର୍ଯ୍ୟ କରାଯିବ, କଙ୍କଡା ଯୋଡି ମାନପୁର ଅଞ୍ଚଳ ର ଶତାଧିକ ଚାଷୀ ଏହାର ଲାଭ ପାଇପାରିବେ ନେଇ ବିଧାୟକ ବିଜୟ କୁମାର ଦଳବେହେରା କହିଥିଲେ ।

Exit mobile version