Site icon Awaj Media

ବଡମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ମିଳିତ ବାର୍ଷିକ ଉତ୍ସବ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ମିଳିତ ବାର୍ଷିକ ଉତ୍ସବ ମହାଆଡମ୍ବର ପାଳିତ ହୋଇଯାଇଛି । ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ଅଧ୍ୟକ୍ଷ ବିଶ୍ୱନାଥ ପଟ୍ଟନାୟକଙ୍କ ପୌରହିତ୍ୟରେ ମିଳିତ ବାର୍ଷିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବଡମ୍ବା – ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରା ଉପସ୍ଥିତ ରହିଥିଲେ ! ମହାବିଦ୍ୟାଳୟ ପରିସର ରେ ଥିବା ଦୁଇ ପ୍ରତିଷ୍ଠାତା ସ୍ବର୍ଗତ ପ୍ରତାପ ଚନ୍ଦ୍ର ପଟ୍ଟନାୟକ ଏବଂ ସ୍ବର୍ଗତ ମୋହନ ସୁବୁଦ୍ଧି ଙ୍କ ପ୍ରତିମୂର୍ତ୍ତି ରେ ବିଧାୟକ ଏବଂ ସମ୍ମାନୀତ ଅତିଥି ବୃନ୍ଦ ମାଲ୍ୟାର୍ପଣ କରିଥିଲେ । ମୁଖ୍ୟ ବକ୍ତା ଶିକ୍ଷାବିତ ଡକ୍ତର ନିରଞ୍ଜନ ପାଢ଼ୀ, ସମ୍ମାନୀତ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ଅଧ୍ୟାପକ ମାନ ଗୋବିନ୍ଦ ପାତ୍ର, ସୋମ୍ୟ ରଞ୍ଜନ ପରିଡା ପ୍ରମୁଖ ସଭା ମଞ୍ଚରେ ନିଜର ବକ୍ତବ୍ୟ କଲେଜ ଛାତ୍ର ଛାତ୍ରୀଙ୍କୁ ପ୍ରଦାନ କରି ମନୋବଳ ବଢ଼ାଇଥିଲେ । ଏହି ମିଳିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ସିନେ ଆଟିଷ୍ଟ ଶୀତଳ ପାତ୍ର ଏବଂ ହାସ୍ୟ ଅଭିନେତା ମିଷ୍ଟର ଗୁଲୁଆ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ମିଠା ମିଠା କଥା କହି ଓଡିଆ ବିଭାଗର ଅଧ୍ୟାପିକା ସୁବାଶିନୀ ସାହୁ ସୁନ୍ଦର ମଞ୍ଚ ପରିଚାଳନା କରିଥିବା ବେଳେ ଓଡିଆ ବିଭାଗ ର ଅଧ୍ୟାପକ ଡକ୍ତର ଅରବିନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version