Site icon Awaj Media

ଜାଗର ମହୋତ୍ସବ ୨୦୨୫ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଜାଗର ମହୋତ୍ସବ ୨୦୨୫ ପାଇଁ ପ୍ରଥମ ପର୍ଯ୍ୟାୟର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେବୀଦତ୍ତ ବିଭୁତିରାୟ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ତୈଜ୍ରତିକ କଳା ସଂସଦର ସମସ୍ତ ସଭ୍ୟ , ସାଧାରଣ ସମ୍ପାଦକ ସୁବୋଧ ସାମଲ ଉପସ୍ଥିତ ରହିଥିଲେ ! ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବା ପାଇଁ ଅନ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ ପରିଚାଳନା କମିଟି ସଦସ୍ୟ । ଅନେକ ଉପଦେଷ୍ଟା ଏବଂ ବରିଷ୍ଠ ସଭ୍ୟ ମାନେ ନିଜ ନିଜର ମତ ରଖି ମିଳିତ ଭାବେ ହରିରାଜପୁର ଏବଂ ଶିମିଳିପୁର ର ଉଭୟ ପଞ୍ଚାୟତବାସୀ ଏହି ଯାତ୍ରା କୁ ସଫଳ ରୂପାୟନ ଦେବାପାଇଁ ଅନୁରୋଧ କରିଥିଲେ । କାର୍ଯ୍ୟକାରୀ ସଭାପତି ତଥା ଜାଗର ମହୋତ୍ସବ କମିଟିର ଉପସଭାପତି ବିଭୁପ୍ରସାଦ ସାମଲ ଧନ୍ୟବାଦ ପ୍ରଦାନ କରି କିପରି ସରସ ସୁନ୍ଦର ହେବା ସହିତ ଭକ୍ତଙ୍କ ସମାଗମ ପାଇଁ ମାଗଣା ଉପହାର ଯୋଜନା ବିଷୟରେ ସମ୍ୟକ ସୂଚନା ଦେଇଥିଲେ। ଶେଷରେ ସମସ୍ତ ସଭ୍ୟ ପ୍ରସାଦ ସେବନ କରି ବାବା ସିଦ୍ଧେଶ୍ୱରଙ୍କର ଜୟକାରା କରି ସଭା କାର୍ଯ୍ୟ ସାଙ୍ଗ କରିଥିଲେ ।

Exit mobile version