Site icon Awaj Media

ବର୍ଣ୍ଣାଢ଼୍ୟ ପରିବେଶ ରେ ଛତିଆ ସମାଜସେବୀ ସଙ୍ଗଠନ ର ତୃତୀୟ ବାର୍ଷିକ ଉତ୍ସବ !!!

Spread the love

ଛତିଆ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବର୍ଣ୍ଣାଢ଼୍ୟ ପରିବେଶ ରେ ଛତିଆ ସମାଜସେବୀ ସଙ୍ଗଠନ ର ତୃତୀୟ ବାର୍ଷିକ ଉତ୍ସବ ! ସଙ୍ଗଠନ ର ସଭାପତି ସୌମ୍ୟରଞ୍ଜନ ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚାସୀନ ବିଶିଷ୍ଟ ଅତିଥି ମାନଙ୍କର ବହୁମୂଲ୍ୟ ସମାଜ ସେବା ଧର୍ମୀ ବକ୍ତବ୍ୟ ଉପସ୍ଥିତ ସମସ୍ତ ସାମାଜିକ ଅନୁଷ୍ଠାନ ତଥା ସାମାଜିକ କର୍ମୀ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ହୋଇଥିଲା ! ରାଜ୍ୟ ର କୋଣ ଅନୁକୋଣରୁ ଆସିଥିବା ଶତାଧିକ ସାମାଜିକ କର୍ମୀ, ଅନୁଷ୍ଠାନ,ସାମ୍ବାଦିକ ଭାଇ ଭଉଣୀ ମାନଙ୍କୁ ନିଃସ୍ଵାର୍ଥପର ସେବା ନିମିତ୍ତ ସମ୍ବର୍ଦ୍ଧିତ କରାଯାଇଛି । ସଙ୍ଗଠନ ତରଫରୁ ବାର୍ଷିକ ଉତ୍ସବ ରେ ବହୁବିଧ ସେବା ପ୍ରଦାନ ପୂର୍ବକ ମାଗଣା ଚକ୍ଷୁ ଚିକିତ୍ସା ଶିବିର, ମାଗଣା ଔଷଧ ପ୍ରଦାନ, ନୂତନ ଓ ବ୍ୟବହାର ଯୋଗ୍ୟ ବସ୍ତ୍ର ବଣ୍ଟନ ଆଦି ସେବା କାର୍ଯ୍ୟ ଚାଲୁଥିଵା ବେଳେ – ପ୍ରୟାସ ଆମର , ସହଯୋଗ ଆପଣଙ୍କର ବୋଲି ସଂଗଠନ ତରଫରୁ ଆହ୍ବାନ ଦିଆଯାଇଛି । ମଞ୍ଚ ପରିଚାଳକ ଭାଵେ ସନ୍ତୋଷ ପ୍ରଧାନ ଦାୟିତ୍ୱ ନେଇଥିବା ବେଳେ ସମସ୍ତ କର୍ମକର୍ତ୍ତା ମାନଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ସହଯୋଗ ରେ ସେବା କାର୍ଯ୍ୟ ଓ ବାର୍ଷିକ ଉତ୍ସବ ପାଳିତ ହୋଇଅଛି ।

Exit mobile version