Site icon Awaj Media

କେ ସୁବଲଡା ଗ୍ରାମଠାରେ ଆର କେ ଏସ ଏସ ସ୍ଵେଛାସେବୀ ଅନୁଷ୍ଟାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଖଜୁରୀ ଗୁଡ ତାଲିମ ଓ ପ୍ରକ୍ରିୟା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ କେ ସୁବଲଡା ଗ୍ରାମର ବେତାରସିଙ୍ଗ ଗ୍ରାମ ପଞ୍ଚାୟତ କୋଠାଗୃହ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କୁ ତଥା ଚାଷୀଙ୍କୁ ଖରୁରୀଗୁଡ ପ୍ରକ୍ରିୟାକରଣ, ନେତୃତ୍ଵର ବିକାଶ, ଆର୍ଥିକ ସ୍ଥାୟୀର ପରିବର୍ତନ, ଆର୍ଥିକ ସାକ୍ଷରତା ଓ ବଜାରୀକରଣ ବ୍ୟବସ୍ତା ବିଷୟରେ ତାଲିମ ଦିଆଯାଇଥିଲା । ଏହି ତାଲିମ ଶିବିରର ଉଦ୍ଘାଟନ କାର୍ଯ୍ୟକ୍ରମରେ ଆର. କେ. ଏସ. ଏସ. ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥା, ଗଜପତି ସହାୟତାରେ ୭ ଟି ସ୍ଵୟଂ ସହାୟକ ଗୋଷ୍ଠୀର 52 ମହିଳା ଚାଷୀଙ୍କୁ ଏକ ଦିନିଆ ହେଇଥିବା ତାଲିମ ଶିବିର ଦିଆଯାଇଥିଲା । ଏହି ତାଲିମ ଶିବିରର ଦ୍ଵିପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଡ଼ି. ଡ଼ି. ଏମ, ନାବାର୍ଡ, ପ୍ରତୀକ ପଣ୍ଡା, ଶ୍ରାବଣ କୁମାର ପଣ୍ଡା, URSETI Director, ଶ୍ରୀ ମୋନଜ କୁମାର ସାବତ, ଡ଼ି ଏଲ ଟି, ତାଲିମ ଦାତା, ବଲ୍ଲଭ ଚନ୍ଦ୍ର ଗମାଙ୍ଗ, ଆର୍ଥିକ ସାକ୍ଷରତା ସଞ୍ଜଜକ, କବିତା ରଇତ, ଏମ ବି କେ, ବୁଲି ପ୍ରଧାନ, ଆର କେ ଏସ ଏସ ର ସମ୍ପାଦକ ଲକ୍ଷ୍ମୀକାନ୍ତ ପଣ୍ଡା ଉପସ୍ଥିତ ରହି ଏହି ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ବୁଝାଇ ଥିଲେ । ଉକ୍ତ ଶିବିରରେ ମୁଖ୍ୟତ ମହିଳା ସଶକ୍ତିକରଣ, ଦଳ ପରିଚାଳନା, ଦଳର ଦଶାସୃତି କାର୍ଯ୍ୟକ୍ରମ, ଖାତାପତ୍ର ଲେଖିବା, ଋଣ ଆଦାନ ପ୍ରଦାନ, ସୁଧର ହିସାବ ଓ ସରକାରଙ୍କ ବିଭିନ୍ନ ବିଭାଗ ସହ ସମାନ୍ଵୟ ରକ୍ଷା କରି ଦଳ ଦ୍ଵାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଯଥା- କୃଷି ଭିତିକ, ଉଦ୍ୟାନ ଭିତିକ ଓ ନାବାର୍ଡ ଏବଂ କେ. ସି. ସି ଋଣର ଅଭିଯାନ ରେ ବିଭିନ୍ନ ପ୍ରକାର ଯଥା :- ମହିଳା ମାନଙ୍କୁ ଛତୁଚାଷ, କୁକୁଡା ପାଳନ, ଧୂପକାଠି ତିଆରି ଓ ସିଲାଇ ପ୍ରବୃତି ତାଲିମ ନେଇ ନିଜେ କିପରି ରୋଜଗାର କରି ପାରିବେ, ଆର୍ଥିକ ସ୍ଵାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା :- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ଜୀବନଜ୍ୟାତି ବୀମା, ଅଟଳ ପେନସନ, ଫସଲ ବୀମା, ନିର୍ମାଣ ଶ୍ରମିକ ପଞ୍ଜୀକରଣ, ଫ୍ରେଡ ମୋବାଇଲକୁ ଫୋନ କରି ଟଙ୍କା ପଇସା ବ୍ୟାଙ୍କ ଖାତା ମାଧ୍ୟମରେ ଟଙ୍କାକୁ ଉଠାଇଦେବା, ATM କାର୍ଡ ବ୍ୟବହାର, ସୁଭଦ୍ରା ଯୋଜନା ପଞ୍ଜୀକରଣ ଓ ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ସଂପର୍କରେ ବୁଝା ଯାଇଥିଲା।
ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଆଜିର ତାଲିମ ଶିବିରର ଲକ୍ଷ ଓ ଉଦେଶ୍ୟ ବୁଝାଇ ସ୍ଵାଗତ ଭାଷଣ ଦେଇଥିବା ବେଳେ, ଶ୍ରୀ ତରୁଣ କୁମାର ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନ, ଏମ ବି କେ ଓ ସି ଆର ପି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ।

Exit mobile version