Site icon Awaj Media

ପ୍ରଗତି ମହିଳା ସଂଗଠନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ.ଟେକ୍.ଏଜୁକେସନ ସେଣ୍ଟର୍ ଠାରେ ଅନୁଷ୍ଠାନ ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଆନ୍ତଃର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଶୁଭଶ୍ରୀ ଭୁକ୍ତା ସ୍ଵାଗତ ସମ୍ଭାଷଣ ଦେଇଥିବା ବେଳେ ପାୟାଲ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଗତିର ସଭାନେତ୍ରୀ କଳ୍ପନା ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ସମ୍ପାଦିକା ତନୁଜା ଶତପଥୀ ପ୍ରାକ୍ ସୁଚନା ଓ ମହିଳାମାନଙ୍କ ଅଧିକାର ସମ୍ପର୍କରେ କହିଥିଲେ । ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ଉପ କାରାଗାରର ଅଧ୍ୟକ୍ଷ କାମକ୍ଷୀ ପ୍ରସାଦ ପତି, ମୁଖ୍ୟ ବକ୍ତା ଭାବେ ଅଧିବକ୍ତା ଇତିଶ୍ରୀ ମହାପାତ୍ର, ସମ୍ମାନିତ ଅତିଥି ଭାବେ ହରିମୋହନ ପଟ୍ଟନାୟକ, ସଂଯୋଜକ ଭାବେ ଲୋକନାଥ ମିଶ୍ର, ବକ୍ତା ଭାବେ ଡାକ୍ତର ମୁର୍ମୁ, ସନ୍ତୋଷିନୀ ଶବର, ମୁରଲୀ ପରିଛା, ଶରତ ପ୍ରଧାନ, ତ୍ରିପତି ପଣ୍ଡା ଯୋଗ ଦେଇ ନାରୀ ସଶକ୍ତିକରଣ ପାଇଁ ଜନସାଧାରଣଙ୍କ ଭୂମିକା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଏହି ଅବସରରେ ଝୋଟି, ଚିତ୍ରାଙ୍କନ,ପୂଚି, ଦୌଡ଼ିଡ଼ିଆ , ଅଳତା ପରିଧାନ, ମେହେନ୍ଦି, ହୁଳହୁଳି, ନୃତ୍ୟ, ଚୁଡି ସଜ୍ଜା ପ୍ରଭୃତିରେ ବିଜୟିନୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ବହୁମୁଖି ପ୍ରତିଭାଧାରୀଙ୍କୁ ପ୍ରଗତି ପ୍ରତିଭା ସମ୍ମାନ ଇତିଶ୍ରୀ ମହାପାତ୍ର, ସ୍ନେହଲତା ପାଣିଗ୍ରାହୀ, କଳ୍ପନା ପଟ୍ଟନାୟକ, ମାନସୀ ପଣ୍ଡାଙ୍କୁ ଉପଢୌକନ ସହ ଉପହାର ପ୍ରଦାନ କରାଯାଇଥିଲା । ଶେଷରେ ସ୍ନେହl ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version