ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମହିଳା ଦିବସ ପାଳିତ ! ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଙ୍କୀ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ୱାଇଁ ଯୋଗ ଦେଇଥିବା ବେଳେ ଉପ ନଗରପାଳ ସନ୍ତୋଷ କୁମାର ରଣା ସଭାପତିତ୍ୱ କରିଥିଲେ ! ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କାଉନସିଲର ସନାତନ ବେହେରା , ସରୋଜ କୁମାର ସାମନ୍ତରାୟ , ମହିଳା ନେତ୍ରୀ ଅନିତା ମିଶ୍ର ପ୍ରମୁଖ ଯୋଗଦେଇ ମହିଳା ଶସକ୍ତି କରଣ ବିଷୟରେ ଆଲୋକପାତ କରିଥିଲେ ।ଆଜିର ସମାଜରେ ଉଭୟ ମହିଳା ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ପ୍ରକାଶ କରିଥିଲେ ୭ ନମ୍ବର ୱାର୍ଡ ର ମହିଳା କାଉନସିଲର ମନୋରମା ବେହେରା । ଏହି କାର୍ଯ୍ୟକୁ ବାଙ୍କୀ ଏନଏସି ର ସମସ୍ତ କାର୍ଯ୍ୟକର୍ତ୍ତା ସୁଚାରୁ ରୂପେ ସମ୍ପାଦନା କରିଥିଲେ ।
ବାଙ୍କୀ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ !!!

