Site icon Awaj Media

ନିଆରା ଢଙ୍ଗରେ ଜନ୍ମଦିନ ପାଳିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭୁବନେଶ୍ୱର ରେ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଓଡ଼ିଆ ଦୈନିକ ଖବର କାଗଜ ର ସ୍ତମ୍ଭ ଲେଖକ ରବିନାରାୟଣ ପଟ୍ଟନାୟକଙ୍କ ମା ବାସନ୍ତୀ ପଟ୍ଟନାୟକଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ସ୍ବପ୍ନ ମନ୍ଦିର ଜରାଶ୍ରମ ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ଜରାଶ୍ରମ ରେ ଉପସ୍ଥିତ ବୁଦ୍ଧ ପିତା ମାତା ଙ୍କ ଗ୍ରହଣ ରେ କେକ କାଟି ପାଳନ କରିଥିଲେ ।ଅନୁଷ୍ଠାନ ର ପ୍ରତିଷ୍ଠାତା ପ୍ରିତମ ମିଶ୍ର ଉପସ୍ଥିତ ଥିଲେ । ଏହି ଅବସରରେ ଖାଦ୍ୟ ବଣ୍ଟନ କରାଯାଇଥିଲା ।ସେହିପରି ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଛି । ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପ୍ରତିଷ୍ଠାତା ସରୋଜ କୁମାର ସାହୁ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିଭିନ୍ନ ମହଲ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ ।ନିଜ ମା ଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସ୍ତମ୍ଭ ଲେଖକ ରବିନାରାୟଣ ପଟ୍ଟନାୟକ ।ଏହି ପରି ନିଆରା ଢଙ୍ଗରେ ପାଳନକୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ପ୍ରଶଂସା କରିଛନ୍ତି ।

Exit mobile version