Site icon Awaj Media

ସମସ୍ୟା ଘେରରେ ବିଏମସି ହସ୍ପିଟାଲ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ମହାନ୍ତି : ବିଏମସି ଡାକ୍ତରଖାନା ର ବିଭିନ୍ନ ସମସ୍ୟାକୁ ନେଇ ହସ୍ପିଟାଲ ର CMMO ଙ୍କୁ ଭେଟିଲେ ପ୍ରଦିପ ସେବା ଟ୍ରଷ୍ଟ ର ସଦସ୍ୟ ! ଥାଲାସେମିଆ ରୋଗୀ ମାନଙ୍କ ନିମନ୍ତେ ବିଏମସି ଡ଼ାକ୍ତରଖାନା ର ରକ୍ତ ଭଣ୍ଡାର ରେ ରକ୍ତ ଅଭାବ ଜନିତ ସମସ୍ୟା ର ସମାଧାନ ପାଇଁ ରକ୍ତ ଦାନ ଶିବିର ମାନ ଖୋଲିବାକୁ ପ୍ରୟାସ କରାଯାଉ ବୋଲି ପ୍ରଦୀପ ସେବା ଟ୍ରଷ୍ଟ ଦାବୀ ରଖିଛି। ରୋଗୀ ରକ୍ତ ନେବା ସମୟ ରେ କୌଣସି ନର୍ସ ବା ଆଟେଣ୍ଡଣ୍ଟ ପାଖରେ ଉପସ୍ଥିତ ରହୁନାହାନ୍ତି ବୋଲି ଅଭିଯୋଗ କରିଛି ଟ୍ରଷ୍ଟ । ଏକାମ୍ର ଭୁବନେଶ୍ୱର ଅଞ୍ଚଳରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଷ୍ଠାନ ଦୀର୍ଘ ବର୍ଷ ଧରି ବିଭିନ୍ନ ସମସ୍ୟାରେ ଜର୍ଜରିତ ଥିବାରୁ ସ୍ଥାନୀୟ ବିଧାୟକ ସମାଧାନ ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି !

Exit mobile version