Site icon Awaj Media

ଓଡ଼ିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ଗଜପତି ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ସରକାରୀ ଆଉଟ ସର୍ସିଙ୍ଗ କର୍ମଚାରୀ ମହାସଂଘ ଗଜପତି ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କୁ ତିନି ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ତିନୋଟି ଦାବି ଗୁଡିକ ହେଲା ଆଉଟ ସୋର୍ସିଙ୍ଗ ଛଟେଇ କର୍ମଚାରୀଙ୍କୁ ପୁନଃ ନିର୍ଯୁକ୍ତି ଦିଆଯାଉ, ବିଗତ ସରକାର 25% ପ୍ରେସଣ୍ଟ ବଢ଼ାଇ ଥିଲେ କେତେ ବିଭାଗ ପାଇଛନ୍ତି ଅନ୍ୟ କିଛି ବିଭାଗ ପାଇ ନାହାନ୍ତି ତାହା ଧାର୍ଯ୍ୟ କରାଯାଉ, ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ଏହି ଭଳି ବିଭିନ୍ନ ଦାବୀ ରହିଥିଲା । ଦାବୀ ପୂରଣ ନ ହେଲେ 17 ଠାରୁ 21 ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ ଧାରଣ କରିବେ ଯଦି ସେତିକି ଭିତରେ ସରକାର ସଙ୍ଘଠନକୁ ଡାକି କିଛି ସମାଧାନ ନ କଲେ ଆସନ୍ତା ମାର୍ଚ୍ଚ 24 ତାରିଖ ଠାରୁ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଆଉଟ ସୋର୍ସିଙ୍ଗ ମହାସଂଘ ଗଜପତି ଶାଖାର ସମ୍ପାଦକ ପଙ୍କଜ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Exit mobile version