Site icon Awaj Media

ମହାମହିମ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହେଲେ ଜେଆରସିଓ ସ୍ମୃତି ରଞ୍ଜନ ପାଣି !!!

Spread the love

ମୟୁରଭଞ୍ଜ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମହିମ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହେଲେ ଜେଆରସିଓ ସ୍ମୃତି ରଞ୍ଜନ ପାଣି ! 2021 ଓ 2022 ବର୍ଷ ପାଇଁ ରାଜ୍ୟର ଶ୍ରେଷ୍ଠ କାଉନସିଲର ଭାବେ ଶ୍ରୀ ପାଣି ସମ୍ବର୍ଦ୍ଧିତ ! ଇଣ୍ଡିଆନ ରେଡ୍‌କ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ତରଫରୁ ଭୁବନେଶ୍ୱର ସ୍ଥିତ ରାଜଭବନଠାରେ ଅଭିଷେକ ପ୍ରେକ୍ଷାଳୟ ହଲ୍ ରେ ଓଡିଶାର ରାଜ୍ୟପାଳ ମାନ୍ୟବର ଡ. ହରିବାବୁ କମ୍ଭମ୍‌ପାଟିଙ୍କ ହସ୍ତରୁ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ସମ୍ବର୍ଦ୍ଧିତ ହୋଇଛନ୍ତି I ସୂଚନାଯୋଗ୍ୟ 2021-2022 ମସିହାରେ ଶ୍ରୀ ପାଣି ଜିଲ୍ଲା ତଥା ରାଜ୍ୟରେ କରୋନା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ ହୋଇଛନ୍ତି I ଶ୍ରୀ ପାଣି କରୋନା ସମୟରେ ରକ୍ତଦାନ ଶିବିର ଆୟୋଜନ ,ବାତ୍ୟା “ୟାସ” ସମୟରେ ଲୋକମାନଙ୍କୁ ସାହାର୍ଯ୍ୟ, ବିଭିନ୍ନ ସମୟରେ ଘର ପୋଡି ଯାଇଥିବା ଲୋକମାନଙ୍କୁ ସାହାର୍ଯ୍ୟ ସହିତ, ଆର୍ଥିକ ଅବହେଳିତ ଲୋକମାନଙ୍କ ପାଖରେ ସଦା ସର୍ବଦା ସାହାର୍ଯ୍ୟର ହାତ ବଢ଼ାଇଥାନ୍ତି I ପୂର୍ବରୁ ଶ୍ରୀ ପାଣି କରୋନା ଯୋଦ୍ଧା ସହିତ ପ୍ରକୃତି ବନ୍ଧୁ ପୁରସ୍କାର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପାଇଛନ୍ତି I ଏହି ଉତ୍ସବରେ ରାଜ୍ୟପାଳଙ୍କ ମୁଖ୍ୟ ସଚିବ ଏନ ଏସ ବି ରାଜପୁତ, ଭାରତୀୟ ରେଡ୍‌କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର, ଯୁବ ରେଡକ୍ରସ ଅଧିକାରୀ ରମେଶ ଚନ୍ଦ୍ର ବେହେରା, କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ I ଶ୍ରୀ ପାଣି ପୂର୍ବରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ତମାନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଝରାଡ଼ିହିରେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି I

Exit mobile version