Site icon Awaj Media

ଅକ୍ଷୟ ପଟ୍ଟନାୟକ ଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକୀରେ ପାଠ୍ୟ ଉପକରଣ ବଣ୍ଟନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବିଶିଷ୍ଟ ଜନନାୟକ, ବାଙ୍କୀର ବରପୁତ୍ର ତଥା ପୂର୍ବତନ ବିଧାୟକ ଅକ୍ଷୟ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ବାର୍ଷିକୀରେ ପାଠ୍ୟ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଚନ୍ଦକା-ଡମପଡା ଅଭୟାରଣ୍ୟରେ ମଧ୍ୟରେ ଥିବା ଢୋଲକାଠ ଗ୍ରାମର ଭଗବତ ପୀଠ ପ୍ରାଙ୍ଗଣରେ ଢୋଲକାଠ ପ୍ରାଥମିକ ବିଦ୍ୟାଳୟ ର 25 ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବହି, ଖାତା, କଲମ,ବିସ୍କୁଟ, ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲ। ସ୍ୱର୍ଗତ ଅକ୍ଷୟ ପଟ୍ଟନାୟକ ଙ୍କ ସୁପୁତ୍ର ତଥା ସମାଜସେବୀ ଅଭିନାଶ ପଟ୍ଟନାୟକ ଛାତ୍ର ଛାତ୍ରୀ ଙ୍କୁ ବଣ୍ଟନ କରିଥିଲେ। ସ୍ଥାନୀୟ ସମାଜସେବୀ ମୁକେଶ ରାଉତ ଙ୍କ ତତ୍ତ୍ଵାବଧାନରେ ବଣ୍ଟନ କାର୍ଯ୍ୟକ୍ରମ ରେ ଶିକ୍ଷାବିତ ସନ୍ତୋଷ କୁମାର ସାହୁ , ଲିଟନ ନାୟକ,ସୌମ୍ୟରଞ୍ଜନ ସାହାଣୀ, ଶୈରଜିତ ରାୟ, ମଦନମୋହନ ରେଡି , ହଟନାଥ ମାଝି, ବିଚିତ୍ର ମାଝି, ବେଣୁଧର ଦେହୁରୀ, ଝରୀ ବେହେରା ପ୍ରମୁଖ ବଣ୍ଟନ କାର୍ଯ୍ୟ ତ୍ବରାନ୍ବିତ କରିଥିଲେ।

Exit mobile version