Site icon Awaj Media

ସଂଯୋଗ ଆଇକନିକ ଓମେନ ଆଚିଭର ଆୱାର୍ଡ଼ ୨୦୨୫ କାର୍ଯ୍ୟକ୍ରମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଡିଜିଟାଲ ମିଡିଆ ସଂଯୋଗ ଟୁଡେ ପକ୍ଷରୁ ସଂଯୋଗ ଆଇକନିକ ଓ଼ମେନ ଆଚିଭର ଆୱାର୍ଡ଼ ୨୦୨୫ କାର୍ଯ୍ୟକ୍ରମ । ରାଜଧାନୀ ଗୀତ ଗୋବିନ୍ଦ ସଦନ ରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଷାଠିଏ ରୁ ଅଧିକ ମହିଳା ଏବଂ ଦଶ ରୁ ଅଧିକ ମହିଳା ସଂଗଠନକୁ ସମ୍ମାନୀତ କରାଯାଇଛି । ବାଙ୍କୀ ର ବରିଷ୍ଠ ବିଜେଡି ନେତା ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ସମୟରେ , ଇନର ହୁଇଲ୍ ଡିଷ୍ଟ୍ରିକ୍ଟ୍ 326 ର ଚେୟାରମ୍ୟାନ ମଧୁସ୍ମିତା ତ୍ରିପାଠୀ ସ୍ଵତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିଲେ । NIIST ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ପାଢ଼ୀ ମୁଖ୍ୟ ବକ୍ତା ଏବଂ ଡ଼ ଗଗନ ବିହାରୀ ରାଉତ, ସନ୍ତୋଷ କୁମାର ନାଥ , ଶ୍ରୀମତୀ ସୁମିନା ପ୍ରଧାନ , ରାକେଶ କୁମାର ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ସଂଯୋଗ ଟୁଡେ ର ମୁଖ୍ୟ ପରିଚାଳକ ସୁଧିର ସାହୁ ଙ୍କ ସଂଯୋଜନାରେ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସଂଯୋଗ ଟୁଡେ ପରିବାର ର ବହୁ ସଦସ୍ୟ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

Exit mobile version