Site icon Awaj Media

ଦ୍ବିତୀୟ ଦିନରେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ଗଜପତି ଶାଖା ପକ୍ଷରୁ କଳା ବ୍ୟାଚ ପରିଧାନ କରି କାର୍ଯ୍ୟରତ ଅଛନ୍ତି କର୍ମଚାରୀ ! ସେମାନଙ୍କର ତିନୋଟି ଦାବି ରହିଛି , ଦାବି ଗୁଡ଼ିକ ହେଲା ଆଉଟ ସୋର୍ସିଙ୍ଗ ଛଟେଇ କର୍ମଚାରୀଙ୍କୁ ପୁନଃ ନିର୍ଯୁକ୍ତି ଦିଆଯାଉ, ବିଗତ ସରକାର 25 % ବଢ଼ାଇ ଥିଲେ କେତେ ବିଭାଗ ପାଇଛନ୍ତି ଅନ୍ୟ କିଛି ବିଭାଗ ପାଇ ନାହାନ୍ତି ତାହା ଧାର୍ଯ୍ୟ କରାଯାଉ, ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ! ଏହି ଭଳି ବିଭିନ୍ନ ଦାବୀ ରହିଥିଲା । ଆସନ୍ତା 21 ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ଧାରଣ କରି କାର୍ଯ୍ୟରତ ରହିବେ , ଯଦି ସେତିକି ଭିତରେ ସରକାର ସଙ୍ଘଠନକୁ ଡାକି କିଛି ସମାଧାନ ନକଲେ ଆସନ୍ତା ମାର୍ଚ୍ଚ ୨୬ ତାରିଖ ଠାରୁ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଆଉଟ ସୋର୍ସିଙ୍ଗ ମହାସଂଘ ଗଜପତି ଶାଖାର ସମ୍ପାଦକ ପଙ୍କଜ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Exit mobile version