Site icon Awaj Media

ବିଶ୍ଵ ଜଳ ଦିବସ ଅବସରରେ ଜଳଦାନ କେନ୍ଦ୍ରର ଶୁଭାରମ୍ଭ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶ୍ଵ ଜଳ ଦିବସ ଅବସରରେ ଜଳଦାନ କେନ୍ଦ୍ରର ଶୁଭାରମ୍ଭ ! ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ବିଶ୍ୱ ଜଳଦିବସ ଅବସରରେ ଆଜି ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି | ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଦୀର୍ଘ ୧୩ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଏଇ ବାର୍ଷିକ ଜଳଦାନ କେନ୍ଦ୍ର ମାର୍ଚ୍ଚ ୨୨ ବିଶ୍ୱ ଜଳଦିବସ ଅବସରରେ ପ୍ରତ୍ୟେକ ବର୍ଷ ଆରମ୍ଭ କରାଯାଇଥାଏ | ପାଗ କୋହଲା ଥିବା ସତ୍ୱେ ବସା ଦହି, ବିଟ ଲୁଣ, ପୋଦିନାପତ୍ର, ଅଦା, କଞ୍ଚାଲଙ୍କା ଇତ୍ୟାଦିର ମିଶ୍ରଣରେ ପ୍ରସ୍ତୁତ ପାନୀୟ ପଥଚାରୀ ମାନେ ବେଶ ଉପଭୋଗ କରିଥିଲେ | ଏହି ଜଳଦାନ କେନ୍ଦ୍ରର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜନମଙ୍ଗଳ ପରିଷଦର ବରିଷ୍ଠ ସଦସ୍ୟ ଅଲେଖଚନ୍ଦ୍ର ଜେନା, ଅରୁଣ ସ୍ୱାଇଁ, ଯୁବ କର୍ମକର୍ତ୍ତା ନିରଞ୍ଜନ ସାହୁ, ମନୋରଞ୍ଜନ ଦାଶ, ଜୟପ୍ରଦା ସାମନ୍ତରାୟ, ପ୍ରଭାତ କୁମାର ଦାସ, ସ୍ଥାନୀୟ ସମାଜସେବୀ ମାନୀ ପଣ୍ଡା, ଋତୁରାଜ ପଟ୍ଟନାୟକ, ମାନସ ବସ୍ତିଆ, ବାଙ୍କୀ ପ୍ରଗତି ପରିଷଦର ଅଧକ୍ଷ ନୀଳ ମୋହନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ | ଆଜିଠାରୁ ଆରମ୍ଭ ହୋଇଥିବା ଏହି ଜଳଦାନ କେନ୍ଦ୍ର ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁରହିବ |

Exit mobile version