ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ମିଳିତ ଗୋରକ୍ଷା ମହାସମାବେଶ ରେ ଦୁଇ ଦଫା ଦାବି ନେଇ ଗର୍ଜିଲେ ହଜାର ହଜାର ଗୋପ୍ରେମୀ । ଭୁବନେଶ୍ୱର ଲୋୟର ପିଏମଜି ଛକରେ ଵିଶ୍ଵ ହିନ୍ଦୁ ପରିଷଦର ଡାକରା ରେ ସମଗ୍ର ଓଡ଼ିଶା ସେଵା ଅଭିଯାନ, କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ , ରାଜ୍ୟ ସମାଜ ସେବୀ ସଂଘ, ନିଖିଳ ଓଡ଼ିଶା ସମାଜ ସେବୀ ମହାସଂଘ ରେ ସାମିଲ୍ ଥିବା ଶତାଧିକ ସାମାଜିକ ଅନୁଷ୍ଠାନ ର ସମାଜ ସେବୀ ଭାଇ ଭଉଣୀ ତଥା ଓଡ଼ିଶା ର ବିଭିନ୍ନ ଜିଲ୍ଲା ର କୋଣ ଅନୁକୋଣ ରୁ ଆସିଥିବା ହଜାର ହଜାର ଗୋ ପ୍ରେମୀ, ସାଧୁ, ସନ୍ଥ, ସାଧାରଣ ଜନତା ଉପସ୍ଥିତ ରହି ଗୋରକ୍ଷା ମହାସମାବେଶ ଜରିଆ ରେ ଦୁଇ ଦଫା ଦାବି ଉପସ୍ଥାପନା କରିଥିଲେ ! ରାଜ ରାସ୍ତା ଜୟ ଶ୍ରୀ ରାମ, ଜୟ ଗୋ ମାତା ନାରା ରେ ପ୍ରକମ୍ପିତ ହେଉଥିବା ବେଳେ ଗୋ ମାତା କୁ ଦାନା ନୁହେଁ , ସମ୍ମାନ ଦରକାର ବୋଲି ସରକାର ଙ୍କୁ ସଚେତନତା ର ବାଣୀ ଶୁଣାଇ ଗୋହତ୍ୟା ନିଷେଧାଦେଶ ଓ ଗୋ ସଂରକ୍ଷଣ ବିଲ୍ ୨୦୨୪ କୁ ଯଥାଶୀଘ୍ର କାର୍ଯ୍ୟକାରୀ ପାଇଁ ଦୃଢ ଦାବି ରଖିଥିଲେ । ଦାବି ପୂରଣ ନହେଲେ ଆଗାମୀ ଦିନରେ ବିଦ୍ରୋହ ର ସ୍ବର ତୀବ୍ର ହେଵ ବୋଲି ମୋହନ ସରକାର ଙ୍କୁ ଚେତାବନୀ ଦେଇଥିଲେ ।
ମିଳିତ ଗୋରକ୍ଷା ମହାସମାବେଶ ରେ ଦୁଇ ଦଫା ଦାବି ନେଇ ଗର୍ଜିଲେ ହଜାର ହଜାର ଗୋପ୍ରେମୀ !!!

