Site icon Awaj Media

ଶିଶୁ ମନ୍ଦିର ରେ କଣ୍ଢେଇ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡି ଠାରେ କଣ୍ଢେଇ ଦିବସ ପାଳିତ ହୋଇଯାଇଛି ! ଏହି ଅବସରରେ ବିଦ୍ୟାଳୟର ପ୍ରାରମ୍ଭ ଓ ବୋଧ ଶ୍ରେଣୀର ପିଲାମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଣ୍ଢେଇ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଶତାଧିକ ଅବିଭାବକମାନେ ଏହି କଣ୍ଢେଇ ଦିବସ ଅଂଶଗ୍ରହଣ କରିବା ସହ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ମୋବାଇଲ୍ ଏବଂ କାର୍ଟୁନ୍ ର ଏହି ଯୁଗରେ ପିଲାମାନଙ୍କ ମଧ୍ୟରେ କଣ୍ଢେଇ ପ୍ରତି କମିଯାଉଥିବା ରୁଚିକୁ ପୁନଃଜାଗରଣ କରିବା ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମଟି ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ମମତା ମହାପାତ୍ର ନେତୃତ୍ୱରେ ତଥା ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ତତ୍ବାବଧାନରେ ପାଳିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ପରିଚାଳନା ସମିତିର କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ ଓ ସହ ସମ୍ପାଦକ ଶ୍ରୀ ବିଭୁତି ଭୂଷଣ ରଥ ଉପସ୍ଥିତ ରହି ଶିଶୁମାନଙ୍କ ମାନସିକ ବିକାଶରେ ଓ ଶିକ୍ଷଣ ପ୍ରକ୍ରିୟାରେ କଣ୍ଢେଇ ତଥା ଖେଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ମତପୋଷଣ କରିଥିଲେ।

Exit mobile version