Site icon Awaj Media

ମା’ ଅମ୍ବିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବାରଦା ଉପକଣ୍ଠ ମା’ ଅମ୍ବିକେଶ୍ୱରୀଙ୍କ ପ୍ରାଙ୍ଗଣରେ ପଖାଳ ଦିବସ ଅବସରରେ ମା’ ଅମ୍ବିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ ଉପଦେଷ୍ଟା ନାରାୟଣ ଚନ୍ଦ୍ର ସିହ୍ନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ଶ୍ରୀକ୍ଷେତ୍ରରୁ ଜଗନ୍ନାଥ ମହାପ୍ରଭୁଙ୍କର ଅଭଡ଼ା ରୁ ପ୍ରସ୍ତୁତ ଟଙ୍କ ତୋରାଣି ମଂଚର ସଦସ୍ୟ ମାନେ ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରିଥିଲେ । ଉକ୍ତ ସଭାରେ ଅରକ୍ଷିତ ଦଳାଇ, କ୍ଷେତ୍ରବାସୀ ପରିଡ଼ା, ଉମେଶ ଚନ୍ଦ୍ର ଦାସ, ଫକୀର ଦାସ, ଲୋକନାଥ ସାହୁ, ମାଧବ ସାହୁ, ଦିଲ୍ଲୀପ ଦତ୍ତ, ଅକ୍ଷୟ ଦାସ, ମାୟାଧର ପଟ୍ଟାୟତ, ଦିବାକର ଓଝା, ଗଙ୍ଗାଧର ବେହେରା, ସୁରେନ୍ଦ୍ର ସାହୁ, ପଞ୍ଚାନନ ଭୋଇ ଓ ବିଷ୍ଣୁ ଚରଣ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ । ଚୈତ୍ର ମାସରେ ପଖାଳ ଦିବସରେ ଟଙ୍କ ତୋରାଣି ବଣ୍ଟନକୁ ସମସ୍ତ ଜନ ସାଧାରଣ ଲୋକ ସ୍ୱାଗତ କରିଥିଲେ ।

Exit mobile version