ବିଶ୍ଵ ବନ ଦିବସରେ ନାଟକ “ଜଙ୍ଗଲ ଜଳୁଛି” ପରିବେଷିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଶ୍ଵ ବନ ଦିବସ ଉପଲକ୍ଷେ ପାରଳାଖେମୁଣ୍ଡି ବନଖଣ୍ଡ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି ନାଟ୍ୟ ସଂସଦର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେମାନେ ବନ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ବିଷୟରେ ଏକ ସଚେତନତାମୂଳକ ନାଟକ “ଜଙ୍ଗଲ ଜଳୁଛି” ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ (ପ୍ରୋବେସନ) ଶ୍ରୀଯୁକ୍ତ ସିଦ୍ଧାର୍ଥ ଜୈନ୍, ଗଜପତି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପ କୁମାର ପଣ୍ଡା, ସହାୟକ ବନ ସଂରକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ସହାୟକ ବନ ସଂରକ୍ଷକ ଶ୍ରୀମତୀ ସାଇନ୍ ଶ୍ରୀ ଦାଶ, ଦେବଗିରି ରେଞ୍ଜ ଅଫିସର ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ସାହୁ, ମହେନ୍ଦ୍ର ରେଞ୍ଜ ଅଫିସର ଶ୍ରୀଯୁକ୍ତ ଅମିତ୍ ଶୁଭ୍ରଜ୍ୟୋତି, ବନ ବିଭାଗର ଅଧିକାରୀମାନେ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ସହିତ ବିଶ୍ଵବିଦ୍ୟାଳୟର ଡ଼଼ଃ ରିତେଶ କୁମାର (ଅଧ୍ୟକ୍ଷ ଛାତ୍ର ସମ୍ପର୍କ), ଡ଼଼ଃ ଏମ. ଜି. ଜୟଥଙ୍ଗରାଜନ (ଅଧ୍ୟକ୍ଷ, ସ୍କୁଲ ଅଫ ଭେଟରିନାରୀ ଆଣ୍ଡ ଆନିମଲ୍ ସାଇନ୍ସ), ଡ଼଼ଃ ଆଶୀର୍ବଚନ ମହାପାତ୍ର (ସାଂସ୍କୃତିକ ସଂଯୋଜକ), ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ (ନାଟ୍ୟ ସଂସଦ ସଂଯୋଜକ), ଶ୍ରୀମତି ଉପାସନା ସାହୁ (ନୃତ୍ୟ ସଂସଦ ସଂଯୋଜକ) ଏବଂ ଡ଼଼ଃ ଅବିନାଶ ପଲ୍ଲୀ ଉପସ୍ଥିତ ରହି କଳାକାର ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ନାଟକ ପରିବେଷଣ କରିଥିଲେ କୁମାର ସ୍ଥିତପ୍ରଜ୍ଞ, ଅମର ମିଶ୍ର, ଆକାଶ ପଟ୍ଟନାୟକ, ଚିନ୍ମୟ ଘୋଷ, ଟି ହ୍ରିତେଶ ବାବୁ, ସାଇ ଗୌତମ ସାହୁ, ଭବାନୀ ଶଙ୍କର ପାଇକରାୟ, କ୍ରିଷ୍ଣା କୁମାରୀ ପାଣିଗ୍ରାହୀ, ଯାଜ୍ଞସେନୀ ଅଧିକାରୀ, ରାଇନା ରାଜ ସୁବୁଦ୍ଧି, ମଧୁସ୍ମିତା ସାହୁ ଓ ପ୍ରତ୍ୟାଶା ଶ୍ରୀଚନ୍ଦନ। ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏହି ନାଟକ ପାଇଁ କଳାକାର ମାନଙ୍କୁ ୧୦,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ବନ ବିଭାଗର ଅଧିକାରୀ ମାନେ ନାଟକର ଉଚ୍ଚପ୍ରଶଂସା କରିବା ସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଏହି ଉତ୍ସାହଜନକ ପ୍ରଦର୍ଶନ ସମସ୍ତଙ୍କୁ ପ୍ରେରଣା ଯୋଗାଇଛି।

Leave a Reply

Your email address will not be published. Required fields are marked *