Site icon Awaj Media

୨୬୨ ତମ ସପ୍ତାହରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆର୍ଥିକ ଅଭାବ ଅନାଟନ ଭିତରେ ରହି ବଞ୍ଚୁଥିବା ଗରିବ, ଅସହାୟ, ଵୁଭୁକ୍ଷୁ, ଦିବ୍ୟାଙ୍ଗ, ବେସାହାରା ମଣିଷ ମାନଙ୍କ ପାଇଁ ଦେବଦୂତ ସାଜି ଠିଆ ହୋଇଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଳପୁର ସ୍ଥିତ ଆନ୍ତର୍ଜାତୀୟ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଫାଉଣ୍ଡେସନର କୋଡ଼ିଏ ସୂତ୍ରୀ କାର୍ଯ୍ୟକ୍ରମ ମଧ୍ୟରୁ ଗରିବ ଅସହାୟ ଲୋକର ସାଥି “ମିଶନ୍ ଅମୃତ ହସ୍ତମ୍” କାର୍ଯ୍ୟକ୍ରମ ମାଧ୍ୟମରେ ଆଜକୁ ଦୀର୍ଘ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ ଜାରି ରହିଛି ଲୋକ ମାନଙ୍କର ସେବା। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସେବା କାର୍ଯ୍ୟ ଅନୁଷ୍ଠିତ ହେଉଥିବାର ଦେଖିବାକୁ ମିଳିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ଭୋଳା ଜେନା ଆଦି ଏହି କାର୍ଯ୍ୟକ୍ରମକୁ ଆଗକୁ ଆଗେଇ ନେଇଥିବାର ଦେଖିବାକୁ ମିଳିଛି।

Exit mobile version