Site icon Awaj Media

ରାସୋଳ ପୋଲିସ ଷ୍ଟେସନ ରେ ଆମ ପୋଲିସ ସଭା ରେ ସାମାଜିକ ସମସ୍ୟା ର ସମାଧାନ ପାଇଁ ଆଲୋଚନା !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାସୋଳ ପୋଲିସ ଷ୍ଟେସନ ରେ ଆମ ପୋଲିସ ସଭା ରେ ସାମାଜିକ ସମସ୍ୟା ର ସମାଧାନ ପାଇଁ ଆଲୋଚନା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ପରିସର ରେ ଥିବା ଅଭ୍ୟର୍ଥନା ପ୍ରକୋଷ୍ଠ ରେ ରାସୋଳ ଥାନା ଭାରପ୍ରାପ୍ତ ଅଧିକାରୀ ଵିଧୁଭୂଷଣ ମିଶ୍ର ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ “ଆମ ପୋଲିସ ସଭା ” ଅନୁଷ୍ଠିତ ହୋଇଯାଇଛି । ସଭାରେ ରାସୋଳ ପଞ୍ଚାୟତ ର ବିଭିନ୍ନ ଗ୍ରାମର ସଭାପତି, ବରିଷ୍ଠ ନାଗରିକ, ସ୍ବେଛାସେବୀ ଅନୁଷ୍ଠାନ ର ମୁଖ୍ୟ , ସମାଜସେବୀ, ସାମ୍ବାଦିକ, ଅନୂସୂଚିତ ଜାତି, ଜନଜାତି ବ୍ୟକ୍ତି ବିଶେଷ, ଅବସର ପ୍ରାପ୍ତ କର୍ମଚାରୀ, ଆଇନଜୀବୀ, ବଜାର ମୁଖ୍ୟ , ଉପସ୍ଥିତ ରହି ସଡକ ସୁରକ୍ଷା, ନିଶା ନିବାରଣ, ଅସାମାଜିକ ବ୍ୟକ୍ତି ମାନଙ୍କର କାର୍ଯ୍ୟ କଳାପ ଉପରେ ଅଙ୍କୁଶ ଲଗାଇବା, ଅଵହେଳିତ ବୃଦ୍ଧ ପିତା ମାତା ଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅସହାୟ ମହିଳା ପୁରୁଷ ଙ୍କର ଥଇଥାନ, ଶବ୍ଦ ପ୍ରଦୂଷଣ କୁ ରୋକିବା ପାଇଁ ଡି.ଜେ ସାଉଣ୍ଡ ଉପରେ କଟକଣା ଆଦି ଆଞ୍ଚଳିକ ସ୍ତର ରେ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ମିଶ୍ର ସମସ୍ତ ସମସ୍ୟାର ସମାଧାନ କରାଯିବା ସହିତ ଜନ ସାଧାରଣ ମାନଙ୍କର ସହଯୋଗ ରହିଲେ ବହୁ ସମସ୍ୟା ର ସମାଧାନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଛନ୍ତି ।

Exit mobile version