କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଜୟ ଜଗନ୍ନାଥ ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ରୌପ୍ୟ ନଗରୀ .. ବିଶାଳ ଭବ୍ୟ ଶୋଭାଯାତ୍ରାରେ ଦୁଲୁକିଲା ସିଲଭର ସିଟି କଟକର ରାସ୍ତାଘାଟ .. ସର୍ବ ପୁରାତନ ଧର୍ମ ହେଉଛି ସନାତନ ଧର୍ମ .. ଯାହାର ମାନ୍ୟତା ବିଶ୍ୱ ଦରବାରରେ ସ୍ୱତନ୍ତ୍ର .. ବିଦେଶୀ ସନାତନ ଧର୍ମର ମହତ୍ତ୍ୱ ବୁଝୁଥିବା ବେଳେ ଭାରତୀୟ ଯୁବପିଢି ବର୍ତ୍ତମାନ ସନାତନ ସଂସ୍କୃତି ପରମ୍ପରାକୁ ଭୁଲି ପାଶ୍ଚାତ୍ୟ ଜୀବନଶୈଳୀ ପଛରେ ଦୌଡୁଛନ୍ତି । ଯାହା ବର୍ତ୍ତମାନ ଚିନ୍ତାର ବିଷୟ.. କୌଣସି ତାରିଖ ନୁହେଁ ବରଂ ସନାତନ ଧର୍ମରେ ତିଥି ବାର ଅନୁଯାୟୀ ପର୍ବ ପର୍ବାଣୀ ପାଳନ ହୁଏ .. ଏଣୁ ଜାନୁୟାରୀ ଏକ ତାରିଖ ନୁହେଁ ସନାତନି ସଂସ୍କୃତି ପରମ୍ପରାରେ ଚୈତ୍ର ଶୁକ୍ଳ ପ୍ରତିପଦାକୁ ନବବର୍ଷ ଭାବେ ପାଳନ କରାଯାଏ । କଟକ ମାଟିରୁ ନବବର୍ଷର ମହକ ଆସିଛି ହିନ୍ଦୁ ନବବର୍ଷ ଅନୁଷ୍ଠାନ ପ୍ରଚେଷ୍ଟାରେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ନଗର ପରିକ୍ରମା କରି ସନାତନ ସଂସ୍କୃତି ପରମ୍ପରାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିଥିଲା । ଏହାସହ ଜିନ୍ସ ପରିବର୍ତ୍ତେ ଶାଢ଼ୀ ଚୁଡିର ମହତ୍ତ୍ୱ କେତେ ତା ଉପରେ ମଧ୍ୟ ଅନୁଷ୍ଠାନ ଗୁରୁତ୍ୱାରୋପ କରିଥିଲା । ୨୦୧୪ ମସିହାରୁ ଅନୁଷ୍ଠାନ ଏହାକୁ ପାଳନ କରୁଥିବା ବେଳେ ହିନ୍ଦୁ ସଂସ୍କୃତି ପରମ୍ପରାର ସୁରକ୍ଷା ପାଇଁ ଜାତି ଧର୍ମ ବର୍ଣ୍ଣକୁ ପଛରେ ପକାଇ ଆମ ଭିତରେ ଏକତା ଏକାନ୍ତ ଆବଶ୍ୟକ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।
କଟକ ମାଟି ରୁ ହିନ୍ଦୁ ନବ ବର୍ଷ ମହକ !!!

