Site icon Awaj Media

ପାରଳାରେ ୮୯ ତମ ଓଡିଶା ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାରେ ୮୯ ତମ ଓଡିଶା ଦିବସ ପାଳିତ ! କାର୍ଯ୍ୟକ୍ରମ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ବଜାର ନିକଟରେ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ଏବଂ ହାଇସ୍କୁଲ ଛକ ନିକଟସ୍ଥ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ! ପରେ ନଟରାଜ ହଲ ନିକଟସ୍ଥ ରାଜାଙ୍କ ସମାଧିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ବିଧାୟକ ! ଏଥି ସହ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟକଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଧାୟକ ସମେତ ପୌର ପରିଷଦ ଅଧକ୍ଷା ନିର୍ମଳା ସେଠୀ, ପୌର ପରିଷଦ ଉପାଦକ୍ଷ ଲେଙ୍କା ମଧୁ, ଗୋଶାଣୀ ଅଧକ୍ଷ ଏନ.ଭୀର ରାଜୁ, ଜିଲ୍ଲା ପରିଷଦ ଏସ.ବାଲରାଜୂ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, କାଶୀନଗର ବ୍ଲକ ଅଧକ୍ଷା ବାଲା ସାଇଆମ୍ମା, ଗୁମ୍ମା ବ୍ଲକ ଉପାଦକ୍ଷ ଏସ. ଶ୍ରୀନିବାସ,କେ. ସୀତାପୁର ସରପଞ୍ଚ କେ. ତେଜା ବିଜୁ ଜନତା ଦଳର ସମସ୍ତ କାଉନସିଲର , ବରିଷ୍ଠ ନେତା ଏବଂ ବିଜୁ ଜନତା ଦଳର କର୍ମୀ ପ୍ରେମୀ ଯୋଗ ଦେଇଥିଲେ l

Exit mobile version