Site icon Awaj Media

ଜିଲ୍ଲା ସ୍ତରୀୟ ଶିକ୍ଷା ସଚେତନତା ରଥ , ଖଡ଼ି ଛୁଆଁ ଓ ଶିଶୁ ବାଟିକା ଶୁଭାରମ୍ଭ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ବିଦ୍ୟାଳୟରେ ପିଲାଙ୍କ ଶିକ୍ଷା ସଚେତନତା ରଥ ,ଖଡ଼ି ଛୁଆଁ ଓ ଶିଶୁ ବାଟିକା ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ନାମଲେଖାକୁ ସ୍ମରଣୀୟ କରିବା ପାଇଁ ନୂତନ ଶିକ୍ଷାନୀତି-୨୦୨୦ ଅନୁଯାୟୀ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଦ୍ଵାରା “ଶିଶୁ ବାଟିକା” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କ୍ରମରେ ଆଜି ସକାଳ ୭.୩୦ ଘଟିକା ସମୟରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଏବଂ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଡ. ମାୟାଧର ସାହୁଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରାଯାଇଛି । ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଅଧିକାରୀ ସବୁଜ ପତାକା ଦେଖାଇ ୭ଟି ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କଲେ, ଏହି ୭ଟି ଶିକ୍ଷା ସଚେତନତା ରଥ, ଜିଲ୍ଲାର ସମସ୍ତ ସାତ ଗୋଟି ବ୍ଲକକୁ ପରିଭ୍ରମଣକରି ଶିଶୁମାନଙ୍କୁ ଶିକ୍ଷା ଦିଗରେ ଆଗେଈ ଆଣିବା ଏବଂ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସଂସ୍ଥାନରେ ଭର୍ତ୍ତି କରିବାକୁ ନେଇ ପ୍ରୋତ୍ସାହନ କରିବା ଦିଗରେ ସଚେତନତା ସୃଷ୍ଟି କରାଯାଇପାରିବ । ତତପରେ ଗୋସାଣୀ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୂଆ କେରାଣ୍ଡିଠାରେ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଅଧିକାରୀ ଉପସ୍ଥିତ ରହି “ପ୍ରବେଶ ଉତ୍ସବ ଏବଂ ଖଡି ଛୁଆଁ ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଲେ। ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ବହୁ ଆଡମ୍ବର ସହ ପାଳନ କରାଯାଉଅଛି । ଏହି କାର୍ଯ୍ୟକ୍ରମରେ ଗୋସାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମେତ ଶିକ୍ଷକ ଶିକ୍ଷୟତ୍ରୀ ସ୍ଥାନୀୟ ଅଭିଭାବକ ପ୍ରମୁକ ଉପସ୍ଥିତ ଥିଲେ।

Exit mobile version