Site icon Awaj Media

ପଦ୍ମପୁର ଉପଖଣ୍ଡରେ ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଓଡ଼ିଶାରେ ଡବଲ ଇଞ୍ଜିନ ଭାରତୀୟ ଜନତା ପାର୍ଟି ସରକାର ଙ୍କ ଦ୍ଵାରା ଗରିବ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାକୁ ସ୍ଵତନ୍ତ୍ର ଭାବେ ପହଞ୍ଚି ଯୋଜନାର ଶୁଭାରମ୍ଭ କରିଥିଲେ । ପଦ୍ମପୁର ଉପଖଣ୍ଡର ପାଇକମାଳ, ଝାରବନ୍ଧ,ରାଜବୋଡାସମ୍ବର ଆଦି ବ୍ଲକ ମାନଙ୍କରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସଭା କରାଯାଇ ହୋଇଛି ଯୋଜନାର ଶୁଭାରମ୍ଭ । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କ ପ୍ରତିନିଧି ଦ୍ଵାରା ପଦ୍ମପୁର ଉପଖଣ୍ଡର ରାଜବୋଡ଼ାସମ୍ବର ବ୍ଲକର ୪୮ ଜଣ,ପାଇକମାଳ ବ୍ଲକର ୧୩୧ ଜଣ ଓ ଝାରବନ୍ଧ ବ୍ଲକର ୧୬୫ଜଣ ଙ୍କୁ ଆନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ସାଂସଦଙ୍କ ପ୍ରତିନିଧି ଝାରବନ୍ଧ ବ୍ଲକର ଦୁର୍ଗା ପ୍ରସାଦ ଅଗ୍ରୱାଲ, ପଦ୍ମପୁରରେ ଶ୍ରୀକାନ୍ତ ପାଣିଗ୍ରାହୀ ଓ ପାଇକମାଳରେ କୈଳାସ ଚନ୍ଦ୍ର ଦିଶ୍ରୀ ଙ୍କ ଦ୍ଵାରା କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । କାର୍ଯ୍ୟାଦେଶ ପାଇ ହିତାଧିକାରୀ ମାନେ ମୋହନ ମାଝୀ ସରକାରଙ୍କୁ ପ୍ରଂଶସା କରି ଧନ୍ୟବାଦ ଦେଇଛନ୍ତି ।

Exit mobile version