Site icon Awaj Media

ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆରେ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆରେ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠିକ ଭାବରେ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଛନ୍ତି । ଏହାର ଉଦ୍ଧେଶ୍ୟ ଜିଲ୍ଲାରେ ଓଡିଆ ଭାଷାର ନାମ ଫଳକ ଲିପିବଦ୍ଧ ନିମନ୍ତେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବା। ନିଜ ଦୋକାନ ଏଵଂ ବାଣିଜ୍ୟ ପ୍ରତିଷ୍ଠାନ ନାମଫଳକ ଓଡ଼ିଆ ରେ ଲେଖି ଓଡ଼ିଆ ଭାଷାକୁ ସମ୍ମାନ ଦେବା ପାଇଁ ପଦଯାତ୍ରା କରାଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଓଡ଼ିଶା ଦୋକାନ ଓ ବାଣିକ୍ୟକ ପ୍ରତିଷ୍ଠାନ ଆଇନ୍ ଅନୁଯାୟୀ ଓଡ଼ିଆ ଭାଷାରେ ନାମ ଫଳକ ଲେଖା ସମ୍ବନ୍ଧରେ ବିଭିନ୍ନ ପ୍ଲାକାର୍ଡ, ଫାମ୍ପଲେଟ ବ୍ୟାନର ଇତ୍ୟାଦି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବାହାରି ମହାରାଜା ପେଲେସ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା । ଏହି ଅବସରରେ ସହରର ସମସ୍ତ ଦୋକାନ ଓ ବ୍ୟବାୟୀକ ପ୍ରତିଷ୍ଠାନ, ଓ ବସରେ ନାମ ଫଳକକୁ ଓଡିଆ ଭାଷାରେ ଲିପିବଦ୍ଧ କରିବା ନିମନ୍ତେ ଅନୁରୋଧ କରାଯାଇଛି । ଏହି ଶୋଭାଯାତ୍ରାରେ ଜିଲ୍ଲା ଶ୍ରମ ଅଧିକାରୀ ଗଜପତି ଶ୍ରୀମତୀ ଭାରତୀ ବେହେରା,ଅତିରିକ୍ତ ଶ୍ରମ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମେତ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଓ ଶ୍ରମିକ କର୍ମଚାରୀ ମାନେ ସାମିଲ ହୋଇ ସଚେତନତା କରାଇଥିଲେ।

Exit mobile version