ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କଣ୍ଡ୍ରୋ ସାହି ନିକଟସ୍ଥ ଦୁର୍ଗା ମା ପେଟା ସାହିରେ ଶ୍ରୀ ଶ୍ରୀ ବନ ଦୁର୍ଗା ମନ୍ଦିର ବହୁ ପୁରାତନ ରାଜ ରାଜୁଡା କାଳରୁ ଏକ ନିମ ଗଛ ମୁଳରେ ପୂଜା ପାଇ ଆସୁଛନ୍ତି।ମଆ ପ୍ରତ୍ୟକ୍ଷ ଦେବୀ ମାଆଙ୍କୁ ଡାକିଲେ “ଓ” କରନ୍ତି ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି। ଭକ୍ତଙ୍କୁ ବିପଦରୁ ଉଦ୍ଧାର କରନ୍ତି।ଏଠାରେ ମାଆ ଙ୍କ ନାମ ଅନୁଯାୟୀ ସାହିର ନାମ ଦୁର୍ଗା ମା ପେଟା ରହିଛି।ବର୍ତ୍ତମାନ ସାହି ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ମାଆ ବନ ଦୁର୍ଗାଙ୍କ ନୂତନ ମନ୍ଦିର ନିର୍ମାଣ କରାଯାଇଛି।ବାର୍ତ୍ତମାନ ମନ୍ଦିରର କାରୁକାର୍ଯ୍ୟ ଭକ୍ତଙ୍କୁ ଆକୃଷ୍ଟ କରିବା ସହ ମନ ମୋହୁଛି। ମନ୍ଦିର ପରିସରରେ ରହିଥିବା ବୁଦ୍ଧଙ୍କ ପ୍ରତିମୁତ୍ତି ସହ ବିଭିନ୍ନ ଦେବଦେବୀଙ୍କ ଛବି ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରୁଛି। ମାଆ ବନଦୂର୍ଗାଙ୍କ ପ୍ରତିଷ୍ଠା ଉତ୍ସବ ଆଜିକୁ ପାଞ୍ଚ ଦିନ ହେବ ଆରମ୍ଭ ହୋଇଛି। ତଥା ଚୈତ୍ର ଶୁକ୍ଳ ଦ୍ବିତୀୟ 31-04-25 ଠାରୁ ଆରମ୍ଭ ହୋଇ 05-04-25 ପର୍ଯ୍ୟନ୍ତ ହୋଇଥିବା ବେଳେ ନିତି ରିତି ବୈଦିକ ବିଧିବିଧାନ ଅନୁଯାୟୀ ପଣ୍ଡିତ ମାନଙ୍କ ଦ୍ଵାରା ହୋମଯଜ୍ଞ ପୁଜାପାଠ କରିବା ଦେଖିବାକୁ ମିଳିଛି। ଏହି ଅବସରରେ ସୂର୍ଯ୍ୟ ପୂଜା,ଶାଳପୂଜା,ଘୃତ ଯଜ୍ଞ, ଦେବତା ମହା ସ୍ନାନ, ପ୍ରାଣ ପ୍ରତିଷ୍ଠା, ଆଳତୀ ଓ ପୁଷ୍ପାଞ୍ଜଳି ନାମ ଯଜ୍ଞ ପ୍ରଭୃତି କାର୍ଯ୍ୟକ୍ରମ ରହିଥିବାର ଦେଖିବାକୁ ମିଳିଛି।ମାଆ ବନଦୂର୍ଗାଙ୍କ ଜଳ ଅଭିଷେକ,କ୍ଷିର ଅଭିଷେକ ହେଉଥିବା ଦେଖିବାକୁ ମିଳିଛି।ମାଆଙ୍କ ପିଠରେ ଅନ୍ନଯଜ୍ଞ ହେବ ଏହି ଅବସରରେ ପ୍ରାୟ 15 ହଜାର ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ରହିଛି।ମାଆଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା’ଙ୍କ ପିଠିରେ ସାଂସ୍କୃତିକ କାର୍ଯ୍ୟକ୍ରମ କମିଟି ପକ୍ଷରୁ ଆୟୋଜିତ କରାଯାଉଛି। ଏଠାକୁ ଆଖ ପାଖ ତଥା ପଡୋଶୀ ରାଜ୍ୟର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଛି ।
ଶ୍ରୀ ଶ୍ରୀ ବନଦୁର୍ଗାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ !!!

