Site icon Awaj Media

ପଦ୍ମପୁର ଉପଖଣ୍ଡରେ ଯୋଗାଣ ସହାୟକ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ରାଜ୍ୟ ଯୋଗାଣ ସହାୟକ ସଂଘ ନିଷ୍ପତ୍ତି କ୍ରମେ ବ୍ଲକ ଯୋଗାଣ ସହାୟକ ସଂଘ ପକ୍ଷରୁ ସ୍ଥାନୀୟ ବିଡ଼ିଓ ଙ୍କୁ ଏକ ସ୍ୱାରକ ପତ୍ର ଦେଇ ଆରମ୍ଭ ହୋଇଛି କାର୍ଯ୍ୟବନ୍ଦ ଆନ୍ଦୋଳନ । ପଦ୍ମପୁର ଉପଖଣ୍ଡର ୪୫ ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ପାଇକମାଳ ବ୍ଲକର ୧୪ ଟି ଗ୍ରାମ ପଞ୍ଚାୟତର ୧୪ ଜଣ,ଝାରବନ୍ଧ ବ୍ଲକର ୧୪ଟି ଗ୍ରାମ ପଞ୍ଚାୟତର ୧୪ ଜଣ ଓ ରାଜ ବୋଡାସମ୍ବର ବ୍ଲକର ୧୭ ଟି ଗ୍ରାମ ପଞ୍ଚାୟତର ୧୭ ଜଣ ଯୋଗାଣ ସହାୟକ ଚାକିରୀ ନିୟମିତ ଦାବୀରେ କରିଛନ୍ତି ଆନ୍ଦୋଳନ । ଆଜି ନିଜ ନିଜ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଏ ସମ୍ବନ୍ଧୀୟ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହା ଦ୍ବାରା ସମଗ୍ର ପଦ୍ମପୁର ଉପଖଣ୍ଡର ୪୫ଟି ଗ୍ରାମ ପଞ୍ଚାୟତ ମାନଙ୍କରେ ପିଡ଼ିଏସ ସାମଗ୍ରୀ ବଣ୍ଟନ ପ୍ରକ୍ରିୟାରେ ବାଧା ପ୍ରାପ୍ତ ହୋଇଥିବା ଜଣାପଡିଛି । ପିଡିଏସ ସାମଗ୍ରୀ ବଣ୍ଟନ ଯେପରି ବାଧା ପ୍ରାପ୍ତ ନହେବ ସେଥିପାଇଁ ପାଇକମାଳ ବ୍ଲକ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ଯୋଗାଣ ସହାୟକ ମାନଙ୍କୁ ଅନୁରୋଧ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ସମୟରେ ସଭାପତି ନରେନ୍ଦ୍ର ଦଣ୍ଡସନା, ସଂପାଦକ ହମିତ ସାହୁ, ରଜନୀ କାନ୍ତ ସାହୁ, ଶଶିକାନ୍ତ ସାହୁ, ଦିଲୀପ ସାହା, ସୀତାକାନ୍ତ ପୁଝାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version