Site icon Awaj Media

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (AIU) ଦ୍ୱାରା ଆୟୋଜିତ ଜାତୀୟ ମହିଳା ଛାତ୍ର ସଂସଦ ୨୦୨୪-୨୫ ସଫଳତାର ସହ ପରିଚାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (AIU) ଦ୍ୱାରା ଆୟୋଜିତ ଜାତୀୟ ମହିଳା ଛାତ୍ର ସଂସଦ ୨୦୨୪-୨୫ର ଦ୍ୱିତୀୟ ଦିନ ସଫଳତାର ସହ ପରିଚାଳିତ ହେଇସାରିଛି । ଏହି ପ୍ରତିଯୋଗିତା ର ବହୁ ଚର୍ଚ୍ଚିତ କ୍ୱାର୍ଟର-ଫାଇନାଲ ରାଉଣ୍ଡ ପାଇଁ ବିଶ୍ୱବିଦ୍ୟାଳୟ ର ତାଲିକା ସ୍ଥିର ହୋଇଛି । ମୋଟ ୨୦ଟି ବିଶ୍ୱବିଦ୍ୟାଳୟ କ୍ୱାର୍ଟର-ଫାଇନାଲ ରାଉଣ୍ଡକୁ ଉତୀର୍ଣ୍ଣ ହୋଇଛନ୍ତି । କ୍ୱାର୍ଟର-ଫାଇନାଲରେ “ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ବିଲ୍, ୨୦୨୪” ବିଲ୍ ବିଷୟ ଉପରେ ଗୁରୁତ୍ୱ ରଖି, ବୌଦ୍ଧିକ ଆଲୋଚନା ଏବଂ ସମାଲୋଚନାମୂଳକ ଚିନ୍ତାଧାରା ବଳୟ ରେ ସେମି-ଫାଇନାଲ ପର୍ଯ୍ୟାୟକୁ ଅଗ୍ରସର ହେବା ପାଇଁ ସମସ୍ତ ପ୍ରତିଯୋଗି ବିଶ୍ୱବିଦ୍ୟାଳୟ ମଧ୍ୟ ରେ କଡ଼ା ମୁକାବଲା ଦେଖା ଯିବାର ଆଶଂକା ଅଛି । ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ବିଲ୍, ୨୦୨୪ ରାଷ୍ଟ୍ର ର ଅର୍ଥନୀତି ଏବଂ ସାମାଜିକ ନୀତି-ନିୟମାବଳୀ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯାହା, ଧର୍ମ, ଜାତି କିମ୍ବା ଲିଙ୍ଗ ନିର୍ବିଶେଷରେ ସମସ୍ତ ନାଗରିକ ମାନଙ୍କୁ ପରିଚାଳିତ କରିବା ନିମନ୍ତେ ଏକ ସାଧାରଣ ନାଗରିକ ଆଇନର ଆବଶ୍ୟକତାକୁ ସମ୍ବୋଧିତ କରୁଛି। ଏଣୁ, କ୍ୱାର୍ଟର-ଫାଇନାଲ ରାଉଣ୍ଡରେ, ଭାରତରେ ଏକ ସମାନ ସିଭିଲ କୋଡ୍ ଲାଗୁ କରିବାର ଆଇନଗତ, ସାମାଜିକ ଏବଂ ସାଂସ୍କୃତିକ ପ୍ରଭାବ ଉପରେ ଚର୍ଚ୍ଚା କରା ଯିବ । ଏହି ଅଧିବେଶନର ପ୍ୟାନେଲିଷ୍ଟ୍ ଭାବେ ଶ୍ରୀମତୀ ସୌଭାଗ୍ୟା ଭଦ୍କାରିଆ ଯୋଗଦେବେ, ଯେଉଁଠାରେ ସମସ୍ତ ଅଂଶଗ୍ରହଣକାରୀ ଦଳଗୁଡ଼ିକୁ ସେମାନଙ୍କର ଉଚ୍ଚସ୍ତରୀୟ ଜ୍ଞାନ, ପ୍ରତିପାଦନ କୌଶଳ, ଏବଂ ଉକ୍ତ ବିଷୟ ଉପରେ ଯୁକ୍ତିଯୁକ୍ତ ତର୍କ ବିତରଣ କରିବାର କ୍ଷମତା ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଅଛି । ଏହି ପର୍ଯ୍ୟାୟରୁ ଚାରୋଟି ବିଜୟୀ ଦଳ ସେମିଫାଇନାଲକୁ ଯିବେ, ଯେଉଁଠି ଚ୍ୟାମ୍ପିଅନସିପ୍ ଟାଇଟଲ ପାଇଁ ପ୍ରତିଯୋଗିତା ଅଧିକ ତୀବ୍ର ହେବ। କ୍ୱାର୍ଟର-ଫାଇନାଲ ରାଉଣ୍ଡ ଟି ଏକ ଉତ୍ସାହଜନକ ଇଭେଣ୍ଟ ହେବାର ସହିତ ପ୍ରତିଯୋଗି ବିଶ୍ୱବିଦ୍ୟାଳୟଗୁଡ଼ିକ ମନ ରେ ସେମିଫାଇନାଲ ରାଉଣ୍ଡ କୁ ଉତୀର୍ଣ୍ଣ ହେବପାଇଁ ଏକ ଆଶା ସୃଷ୍ଟି କରିବା । ଏଣୁ, ଏହି କ୍ୱାର୍ଟର-ଫାଇନାଲ ରାଉଣ୍ଡ ଟି ଏକ ହାଇ ଭୋଲଟେଜ୍ ରାଉଣ୍ଡ ହେବ ବୋଲି ବିଶ୍ୱାସ କରା ଯାଉଛି ।

Exit mobile version