Site icon Awaj Media

ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ସଭା ଗୃହରେ ଜିଲ୍ଲା ପ୍ରତିଷ୍ଠା ଦିବସ ମହାଡମ୍ବରରେ ପାଳିତ ହୋଇଛି । ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କଣ୍ଠଦେବ ସମାଦର, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାର ବିକାଶ ସମ୍ପର୍କରେ ବକ୍ତବ୍ୟ ରଖିବା ସହ କନ୍ୟାଭୃଣ ହତ୍ୟା ଭଳି କୁପ୍ରଥାରୁ ଦୂରେଇ ରହିବା ପାଇଁ ଆହ୍ବାନ ଦେଇଥିଲେ। ଜିଲ୍ଲା ଗଠନରେ ଅଗ୍ରଣୀ ଭୂମିକା ନିଭାଇଥିବା ପୂର୍ବସୂରୀଙ୍କୁ ମନେ ପକାଇବା ସହ ଖୋର୍ଦ୍ଧା ସମବାୟ, ଜଙ୍ଗଲ, ବିଦ୍ୟୁତ ବିଭାଗରେ ରହିଥିବା ଅଂଶ ଜିଲ୍ଲାକୁ ଫେରି ଆସିବା ଆବଶ୍ୟକ ବୋଲି କହିଥିଲେ। ଜିଲ୍ଲା ଏକତ୍ରିକରଣ ପାଇଁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିବା ଅଧ୍ୟକ୍ଷ ସୂଚନା ଦେଇଥିଲେ । ଜିଲ୍ଲାର ପ୍ରଶାସନିକ ବ୍ୟବସ୍ଥା ଅନ୍ୟ ଜିଲ୍ଲା ତୁଳନାରେ ଭିନ୍ନ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାର ସାଂସ୍କୃତିକ ଗରିମା ବହୁତ ଅଧିକା ବୋଲି କହିଥିଲେ। ପ୍ରଶାସନକୁ ଜିଲ୍ଲାବାସୀଙ୍କ ସମର୍ଥନ ବହୁତ୍ ଅଧିକା। ଯାହା ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେବ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷା ଗ୍ରହଣ ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଛି। ଜିଲ୍ଲାର ୫୬ ଟି ଉଚ୍ଚବିଦ୍ୟାଳୟରେ ଏହାକୁ ଆରମ୍ଭ କରାଯାଇଛି। ୨୩୫ ଉଚ୍ଚ ବିଦ୍ୟାଳୟ କାର୍ଯ୍ୟକାରୀ ହେବ ବୋଲି କହିଥିଲେ। ନୟାଗଡ଼ ଜିଲ୍ଲାରୁ ବହୁ ବ୍ୟକ୍ତି ସର୍ବଭାରତୀୟ ସ୍ତରରେ କାର୍ଯ୍ୟ କରୁଛନ୍ତି ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲା ଗଠନ ଇତିହାସ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ପ୍ରତାପ ନନ୍ଦ କହିଥିଲେ। ବାରଆସୋସିଏସନ ସମ୍ପାଦକ ସ୍ବଦେଶ ମିଶ୍ର ଜିଲ୍ଲା ଗଠନ ସୁଫଳ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇନଜୀବୀ, ବରିଷ୍ଠ ନାଗରିକ, ସରକାରୀ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Exit mobile version