Site icon Awaj Media

ନୟାଗଡ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫ ରୁ ଓଡିଆ ପକ୍ଷ ପାଳନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫ ରୁ ଓଡିଆ ପକ୍ଷ ପାଳନ ଅବସରରେ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖୁବା ପାଇଁ ଏକ ସଚେତନତା ପଦ ଯାତ୍ରା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରାଯାଇଛି। ଏଥିସହିତ ଏକ ସଚେତନତା ରଥ ନୟାଗଡ ଜିଲ୍ଲା ର ବିଭିନ୍ନ ଏନଏସି ଅଞ୍ଚଳ ରେ ପରିକ୍ରମଣ କରିଛି। ଏହି କାର୍ଯକ୍ରମକୁ ମାନ୍ୟବର ଅତିରିକ୍ତ ଜିଲ୍ଲାପାଳ ମହୋଦୟା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ, ଚିତ୍ତରଞ୍ଜନ ରାଉତ, ସମସ୍ତ ସହକାରୀ ଶ୍ରମ ଅଧିକାରୀ, ଅବଦୁଲ କାଦିର ଖାନ, ଜ୍ଞାନରଞ୍ଜନ ସାହୁ, ପୂଜାରିନ ସାମଲ, ମୋନିକା ସେଠ ସହ ଶ୍ରମ କାର୍ଯ୍ୟାଳୟର କର୍ମଚାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ବିଭିନ୍ନ ଶ୍ରମିକ ସଂଗଠନ ମାନେ ଏହି ସଚେତନତା ପଦ ଯାତ୍ରାରେ ଅଂଶ ଗ୍ରହଣ କରି ନୟାଗଡ ସହର ପରିକ୍ରମଣ କରିଥିଲେ।

Exit mobile version