Site icon Awaj Media

ପାରାଦୀପ ନବ ପ୍ରଭାତ ଶିଶୁ ବିଦ୍ୟାମନ୍ଦିର ସ୍କୁଲ ର ବାର୍ଷିକ ଉତ୍ସବ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ପାରାଦୀପ ନବ ପ୍ରଭାତ ଶିଶୁ ବିଦ୍ୟାମନ୍ଦିର ସ୍କୁଲ ର ବାର୍ଷିକ ଉତ୍ସବ l ପାରାଦ୍ଵୀପ ମଙ୍ଗଳା ପୀଠ ନିକଟରେ ଥିବା ନବ ପ୍ରଭାତ ଶିଶୁ ବିଦ୍ୟାମନ୍ଦିର ସ୍କୁଲ ର ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ! କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରାଦୀପ ଇଫକୋ ଉନିଟିର ଲୋକ ସମ୍ପର୍କ ଅଧିକାରି ପ୍ରସନ୍ନ ବେଉରା ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ପାରାଦୀପ ମହାବିଦ୍ୟାଳୟ ର ଅଧ୍ୟାପକ ଅକ୍ଷୟ ମିଶ୍ର , ସମ୍ମାନିତ ଅତିଥି ଭାବେ ଗୋଆ କର୍ବୋନ ର ସାଧାରଣ ପରିଚାଳକ ବେନୁ ଗୋପାଳ ନାଇଡୁ , ସମ୍ମାନିତ ଅତିଥି ଭାବେ ଏସି କମରସିୟାଲ ର ସାଧାରଣ ପରିଚାଳକ ଅକ୍ଷୟ କୁମାର ସୁତାର ଯୋଗ ଦେଇଥିଏଲ ! ନବ ପ୍ରଭାତ ଶିଶୁ ବିଦ୍ୟାମନ୍ଦିର ସଭାପତି ତଥା ପାରାଦୀପ ପୌର ପ୍ରଶାସନ ର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି ବାର୍ଷିକ ଉତ୍ସବ ରେ ସ୍କୁଲ୍ ର ଗୁରୁଜୀ , ଗୁରୁମା ମାନେ ଉପସ୍ଥିତ ରହି ଉତ୍ସବକୁ ସୁଚାରୁ ରୁପେ ପରିଚାଳନା କରିଥିଲେ !

Exit mobile version