Site icon Awaj Media

ମା ଚର୍ଚ୍ଚିକାଙ୍କ ମନ୍ଦିର ରେ ପାଳିତ ହେଲା ଦେବାଳୟ ଓ ଐତିହ୍ୟ ସ୍ଥଳୀ ସ୍ୱଚ୍ଛତା କାର୍ଯ୍ୟକ୍ରମ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିଙ୍କ ସଦୟ ଆଦେଶ ଅନୁଯାୟୀ ଓଡିଶା ଦିବସ ୧ ଏପ୍ରିଲ ଠାରୁ ମହାବିଷୁବ ସଂକ୍ରାନ୍ତି ୧୪ ଏପ୍ରିଲ ପର୍ଯ୍ୟନ୍ତ ସମୟକୁ “ଓଡ଼ିଆ ପକ୍ଷ” ହିସାବରେ ଅତି ଉତ୍ସାହ ଓ ଉଦ୍ଦୀପନାର ସହିତ ସାରା ରାଜ୍ୟରେ ପାଳନ କରାଯାଉଅଛି । ଏହି କ୍ରମରେ ଆଜି ୬ ଏପ୍ରିଲ ଦିବସଟିକୁ “ଦେବାଳୟ ଓ ଐତିହ୍ୟ ସ୍ଥଳୀ” ଗୁଡିକର ସ୍ବଚ୍ଛତା ଅଭିଯାନ ରୂପରେ ପାଳନ କରାଯାଇଅଛି । ଏହି ପରିପ୍ରେକ୍ଷୀରେ ଆଜି ଉପଜିଲ୍ଲାପାଳ ବାଙ୍କୀ ଶ୍ରୀଯୁକ୍ତ ପ୍ରଣବ କୁମାର ବେହେରାଙ୍କ ଅଧକ୍ଷତାରେ ମା ଚର୍ଚ୍ଚିକାଙ୍କ ମନ୍ଦିର ପରିସରରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ , ବିଜ୍ଞାପିତ ଅଞ୍ଚଳ ପରିଷଦ, ବାଙ୍କୀ ଶ୍ରୀ ସମ୍ପଦ କୁମାର ସ୍ୱାଇଁ, ଉପାଧକ୍ଷ ବିଜ୍ଞାପିତ ଅଞ୍ଚଳ ପରିଷଦ, ବାଙ୍କୀ ଶ୍ରୀ ସନ୍ତୋଷ କୁମାର ରଣା, ଶ୍ରୀ ସନାତନ ବେହେରା , କାଉନସିଲର ରାଜେନ୍ଦ୍ର ମହାପାତ୍ର, ମନ୍ଦିର ସେବାୟତ ସଂଘ, ସ୍ବେଚ୍ଛାସେବୀ, ଵରିଷ୍ଠ ନାଗରିକ, ବୁଦ୍ଧିଜୀବୀ,ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ କର୍ମଚାରୀ ଓ ସାମ୍ବାଦିକ ମାନେ ଯୋଗ ଦେଇ ମନ୍ଦିର ପରିସର ସଫେଇ କରିଥିଲେ। ଏହି ଅବସରରେ ଉପଜିଲ୍ଲାପାଳ, ବାଙ୍କୀ ସ୍ୱଚ୍ଛତା ଅଭିଯାନ ସମ୍ବନ୍ଧରେ ଉପସ୍ଥିତ ଜନସାଧରଣଙ୍କକୁ ସଚେତନ କରିବା ସହିତ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସଭ୍ୟ ମାନଙ୍କ ସହିତ ସ୍ୱଚ୍ଛତା ସମ୍ପର୍କରେ ଆଲୋଚନା କରିଥିଲେ।

Exit mobile version