Site icon Awaj Media

୨୬୩ ତମ ସପ୍ତାହରେ ଚିନ୍ମୟ ଫାଉଣ୍ଡେସନର ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ୨୬୩ ତମ ସପ୍ତାହରେ ଚିନ୍ମୟ ଫାଉଣ୍ଡେସନର ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ । ଦୁଃଖୀ,ରଙ୍କି,ଗରିବ, ଅସହାୟଙ୍କ ସେବାରେ ସମର୍ପିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମ ମିଶନ ଅମୃତ ହସ୍ତମ ଇତି ମଧ୍ୟରେ ୨୬୩ତମ ସାପ୍ତାହିକ କାର୍ଯ୍ୟକ୍ରମକୁ ସମାପନ କରିସାରିଛି। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ଦିନ ସଂଖ୍ୟା ୧୮୩୫ରୁ ୧୮୪୧ଦିନ ପର୍ଯ୍ୟନ୍ତ ଅର୍ଥାତ୍ ମାର୍ଚ୍ଚ ୩୦ ତାରିଖରୁ ଏପ୍ରିଲ ୦୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ସାତ ଦିନ ଧରି ବିଭିନ୍ନ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିଲା। ଫାଉଣ୍ଡେସନର ପ୍ରତିଷ୍ଠାତା ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀକ୍ଷେତ୍ର ସାହୁ, ଭୋଳା ଜେନା, ମାଷ୍ଟର ମିହିର କୁମାର, ଶଶିକାନ୍ତ ପଣ୍ଡା, ଶ୍ରୀକୃଷ୍ଣ ପାତ୍ର, ପ୍ରଫୁଲ୍ଲ କୁମାର ଦାଶ, ଦିପ୍ତିରଞ୍ଜନ ପ୍ରଧାନ ଆଦି ଏହି କାର୍ଯ୍ୟକ୍ରମକୁ ଆଗକୁ ଆଗେଇ ନେଇଥିଲେ।ଏହି ଉପଲକ୍ଷେ ଲୋକ ମାନଙ୍କୁ ସୁସ୍ୱାଦୁ ଭୋଜନ ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଥିଲା।

Exit mobile version