Site icon Awaj Media

ହିନ୍ଦୁସେନା ବଡମ୍ବା ଶାଖା ପକ୍ଷରୁ ବିଶାଳ ଶ୍ରୀରାମ ଧ୍ୱଜା ଯାତ୍ରା !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଅବସରରେ ହିନ୍ଦୁସେନା ବଡମ୍ବା ଶାଖା ପକ୍ଷରୁ ଏକ ବିଶାଳ ଶ୍ରୀରାମ ଧ୍ବଜା ଶୋଭାଯାତ୍ରା ଆୟୋଜିତ କରାଯାଇଥିଲା I ହିନ୍ଦୁସେନା ବଡମ୍ବା ଶାଖା ର ସଭାପତି ମନୋଜ କୁମାର ସାହୁ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଶୋଭାଯାତ୍ରା ବଡମ୍ବା କଚେରୀ ସ୍ଥିତ ବୁଢ଼ା ହନୁମାନ ମନ୍ଦିର ଠାରୁ ଗାନ୍ଧିଛକ, ବଡଦାଣ୍ଡ ସାହି ଦେଇ ହାଟ ସ୍ଥିତ ଆଡିଆ ମହାଦେବ ମନ୍ଦିର ପର୍ଯନ୍ତ ଯାଇ ସେଠାରୁ କାନ୍ଥିତଳ ସାହି ସ୍ଥିତ ନୂତନ ପ୍ରତିଷ୍ଠା କରାଯାଇ ଥିବା ଶ୍ରୀରାମ ମନ୍ଦିର ଠାରେ ଶେଷ କରାଯାଇଥିଲା I ହିନ୍ଦୁସେନା ବଡମ୍ବା ଶାଖା ପକ୍ଷରୁ ଆଡିଆ ମହାଦେବ ମନ୍ଦିର ଠାରେ ଭକ୍ତ ମାନଙ୍କ ପାଇଁ ପଣା ବ୍ୟବସ୍ଥା କରାଯାଇଥିବା ବେଳେ କାନ୍ଥିତଳ ସାହି ନୂତନ ରାମମନ୍ଦିର ଠାରେ ପ୍ରସାଦ ସେବକ ବ୍ୟବସ୍ଥା କରାଯାଇଥିଲା I ହିନ୍ଦୁସେନା ପକ୍ଷରୁ ଆୟୋତିତ ଶୋଭାଯାତ୍ରା ରେ ସ୍ଥାନୀୟ ବିଧାୟକ ବିଜୟ କୁମାର ଦଳବେହେରା, ପଂଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବିଭୁଦତ୍ତ ପଟ୍ଟନାୟକ, ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକ, ନାଏବ ସରପଞ୍ଚ ରବୀନ୍ଦ୍ର ବାରିକ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ I ହିନ୍ଦୁସେନା ବଡମ୍ବା ଶାଖା ର ସମ୍ପାଦକ ସହଦେଵ ମଲ୍ଲିକ, ଉପ ସଭାପତି ଚିନ୍ମାତ୍ମା ମହାନ୍ତି, ସହ ସମ୍ପାଦକ ନିଗମାନନ୍ଦ ନାୟକ, କୋଷାଧ୍ୟକ୍ଷ ଦିବାକର ସାହୁ, କାର୍ଯ୍ୟକାରି ସଭାପତି ସୁରେଶ ବେହେରା, କାର୍ଯ୍ୟ ନିର୍ବାହୀ ସଦସ୍ୟ ପ୍ରକାଶ ଚନ୍ଦ୍ର ଦଳେଇ , ଜୟନ୍ତ ମଲ୍କିକ, ଦୀପକ ବେହେରା, ବରିଷ୍ଠ ଉପଦେଷ୍ଠା ଶିବ ନାରାୟଣ ମିଶ୍ର, ଗଦାଧର ମଲ୍ଲିକ, ଆଲୋକ କୁମାର ସାହୁ, ସୁଶାନ୍ତ ଡ଼ାଳୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଶୋଭାଯାତ୍ରାରେ ଶତାଧିକ ହିନ୍ଦୁସେନା କର୍ମୀ ଓ ରାମ ଭକ୍ତ ଯୋଗ ଦେଇଥିଲେ I

Exit mobile version