ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଧାର୍ମିକ ଅନୁଷ୍ଠାନ ରେକୀ ମିଶନ ର ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଆଶ୍ରମରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଏକ ଭବ୍ୟ ପୂଜାର ଆୟୋଜନ କରାଯାଇଥିଲା । ଏହା ସହିତ ଚୈତ୍ର ନବରାତ୍ରୀର ଅନ୍ତିମ ଦିବସରେ ଦେବୀ ଦୁର୍ଗାଙ୍କର ନବମୀ ହୋମ ଅପରାହ୍ନରେ ସମ୍ପାଦିତ ହେଇଥିଲା । ଶ୍ରୀ ରାମଚନ୍ଦ୍ରଙ୍କ ଜୟନ୍ତୀ ଉପଲକ୍ଷେ ସଂଧ୍ୟା ସମୟରେ ଭଜନ ସମାରୋହ ର ଆୟୋଜନ କରାଯାଇଥିଲା । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଗୁରୁ ପୁଜନର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର ଆଶ୍ରମ ଶାଖା ସଂଯୋଜକ ରଶ୍ମୀ ରଞ୍ଜନ ଦାଶଙ୍କ ଦ୍ଵାରା ପୂଜ୍ୟ ଗୁରୁ ଶ୍ରୀ ଶ୍ରୀ ଶ୍ରୀ ସନ୍ଥଙ୍କର ପାଦୁକା ପୂଜନ କରାଯାଇଥିଲା । ଗୁରୁ ପୂଜନ ପରେ ପୂଜ୍ୟ ଗୁରୁଜୀଙ୍କ କର କମଳରେ ନବଦୁର୍ଗାଙ୍କର ଭବ୍ୟ ଆରତୀର ମଧ୍ୟ ଆୟୋଜନ କରାଯାଇଥିଲା । ଅନେକ ସାଧୁସନ୍ଥଙ୍କର ଆଗମନ ହେଇଥିଲା ଏହି ପବିତ୍ର ଦିବସରେ । ଅନ୍ତିମ ପର୍ଯ୍ୟାୟରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ରେକୀ ମିଶନର ପ୍ରତିଷ୍ଠାତା ଶ୍ରୀ ସନ୍ଥଙ୍କର ପ୍ରତ୍ୟକ୍ଷ ତତ୍ଵାବଧାନରେ ଭୁବନେଶ୍ୱର ଆଶ୍ରମର କାର୍ଯନିର୍ବାହକ ରଶ୍ମୀରଞ୍ଜନ ଦାଶ ବହୁ ପ୍ରତିକ୍ଷିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଭାର ତୁଲାଇଥିଲେ ।
ରେକୀ ମିଶନ ମଞ୍ଚେଶ୍ୱର ଆଶ୍ରମରେ ଶ୍ରୀରାମ ନବମୀ କାର୍ଯ୍ୟକ୍ରମ !!!

