Site icon Awaj Media

ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ବିଷୁବ ମିଳନ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ବିଷୁବ ମିଳନ କାର୍ଯ୍ୟକ୍ରମ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କେଉଟ ସାହି ରେଖା ଡିଜିଟାଲ ଇଡିରେ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ବିଷୁବ ମିଳନ ଉତ୍ସବ ୨୦୨୫ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନାଚ ଗୀତ ଓ କବିତା ଆସର ବେଶ ଆକର୍ଷଣୀୟ ଥିଲା ! ଆକାଂକ୍ଷା ମହିଳା ସଙ୍ଗଠନର ଉପ ସଭାନେତ୍ରୀ ଅନୀତା ମିଶ୍ରଙ୍କ ଅଧ୍ୟକ୍ଷତା ରେ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ଭୁକ୍ତା, ମୁଖ୍ୟ ବକ୍ତା ଭାବରେ ଦେବାର୍ଚ୍ଚନ ମିଶ୍ର , ସମ୍ମାନିତ ଅତିଥି ରୂପେ ମନୋଜ କୁମାର ପଣ୍ଡା, କ୍ଷୀରାବ୍ଧୀ ତନୟା ପଣ୍ଡା ଯୋଗ ଦେଇଥିବା ସମୟରେ ଉପଦେଷ୍ଟା ସ୍ଵର୍ଣ୍ଣ ଭା ପାଠୀ ଏବଂ ସଂପାଦିକା ମିନା କୁମାରୀ ଟହଲ ବିଷୁବ ମିଳନ ପାଳନ ସଂପର୍କରେ ଆଲୋକପାତ କରିଥିଲେ ।

Exit mobile version