Site icon Awaj Media

ବାଣପୁର ରେ ଚିଲିକା କଂଗ୍ରେସ ର ମଶାଲ୍ ଶୋଭାଯାତ୍ରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସଂପ୍ରତି ରାଜ୍ୟରେ ନାରୀ ନିର୍ଯାତନା ବଢି ଚାଲିଛି । ବାଳିକା ନିଖୋଜ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଅହେତୁକ ଭାବେ ବୃଦ୍ଧି ପାଇଛି । ବେଆଇନ ମଦ କାରବାର ସହ ସମସ୍ତ ସରକାରୀ କାର୍ଯ୍ୟାଳୟରେ ପିସି କାରବାର ଚାଲିଛି । ସମସ୍ୟାର ନିରାକରଣ ସହ ରାଜ୍ୟକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ବିଜେପିର ପ୍ରତିଶ୍ରୁତି ମିଥ୍ୟା ସାବ୍ୟସ୍ତ ହୋଇଛି । ଏ’ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜ୍ୟ ଏବଂ ଜିଲା ସ୍ତରରେ ଆନ୍ଦୋଳନ କରା ଯାଇଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି । ତେଣୁ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ମଙ୍ଗଳବାର ସନ୍ଧ୍ୟାରେ ଚିଲିକା କଂଗ୍ରେସ ପକ୍ଷରୁ ବାଣପୁରରେ ମଶାଲ୍ ଶୋଭାଯାତ୍ରା କରାଯାଇଛି । ଦଳର ଖୋର୍ଦ୍ଧା ଜିଲା ଉପସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ୭ ସହ ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ବାଣପୁରର ଆରାଧ୍ୟା ମା’ ଭଗବତୀଙ୍କ ମନ୍ଦିରରୁ ମଶାଳ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାର ବିରୋଧରେ ଏବଂ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଳୋଗାନମାନ ଦେଇ ନଗର ପରିକ୍ରମା କରି ପଲଟଣ ପଡିଆ ନିକଟସ୍ଥ ମା’ଟିକିରାଇଙ୍କ ମନ୍ଦିରରେ ପହଞ୍ଚି ଥିଲେ । ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବ୍ଳକ ପର୍ଯ୍ୟବେକ୍ଷକ ତାପସ ରଞ୍ଜନ ମିଶ୍ର, ଚିଲିକା ବ୍ଳକ ପର୍ଯ୍ୟବେକ୍ଷକ ପ୍ରଶାନ୍ତ ଶ୍ରୀଚନ୍ଦନ, ଅକ୍ଷୟ ମହାପାତ୍ର, ଗୋପୀନାଥ ରଣା, କୃଷ୍ଣଚନ୍ଦ୍ର ସାହୁ, ବୁଦ୍ଧିରାମ ସେଠୀ, ସର୍ବେଶ୍ୱର ନାୟକ ଭୀମସେନ ସାହୁ,ପଞ୍ଚାନନ ଦାସ,କାମଳକାନ୍ତ ଦାସ,ସୁକାନ୍ତି ସେଠି,ବବି ବିଶୋଇ,ଶାନ୍ତି ବିଶୋଇ,ଅନୁସୟା ନାୟକ,ମଞ୍ଜୁଲତା ନାୟକ ପ୍ରମୁଖ ପ୍ରତିବାଦ କରିଥିଲେ । ତୁରନ୍ତ ସରକାର ଏ’ନେଇ ଦୃଢ କାର୍ଯ୍ୟାନୃଷ୍ଠାନ ଗ୍ରହଣ ନକରିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Exit mobile version