ଓଡ଼ିଶାରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ଓଡ଼ିଶାରେ ଆରମ୍ଭ ହେଲା ଆୟୁଷ୍ମାନ ଯୋଜନା ! ଓଡ଼ିଶାରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏହି ଅବସରରେ ଓଡ଼ିଶାର ପ୍ରତି ପଞ୍ଚାୟତ ପରି ବେଗୁନିଆ ବ୍ଲକ ଦୁର୍ଗାପୁର ଗ୍ରାମପଂଚାୟତ କାର୍ଯ୍ୟାଳୟଠାରେ ଭରଚୁଆଲ ମାଧ୍ୟମରେ ଯୋଜନାର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ l ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ଦେବାଶିଷ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅନାଦି ସାହୁ, ସମାଜସେବୀ ସୁଶାନ୍ତ ମହାପାତ୍ରଙ୍କ ସହିତ ପଂଚାୟତର ଶତାଧିକ ଜନସାଧାରଣ ଅଂଶଗ୍ରହଣ କରିଥିଲେ l ଆଗାମୀ ଦିନରେ ପ୍ରତିଟି ଜନସାଧାରଣ ଉକ୍ତ ଯୋଜନାରେ ଲାଭବାନ ହେବେ ବୋଲି ଆଶାବାଦୀ ଅଛନ୍ତି l

Leave a Reply

Your email address will not be published. Required fields are marked *