Site icon Awaj Media

ବାଲି ଓଭର ଲୋଡିଙ୍ଗ ପ୍ରତି କାର୍ଯ୍ୟାନୁଷ୍ଠାନ କେବେ ???

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ବାଲି ଓଭର ଲୋଡିଙ୍ଗ ଦୀର୍ଘ ଦିନ ହେଲା ଚାଲିଛି , କିନ୍ତୁ
ବିଭାଗ ଏଥି ପ୍ରତି କିଛି ବି ପଦକ୍ଷେପ ନେଉ ନାହଁନ୍ତି । ପ୍ରକାଶ ଥାଉ କି କାଶୀ ନଗରରୁ ବାଲି ଓଭର ଲୋଡିଙ୍ଗ ଚାଲିଛି , ପାହାନ୍ତିଆରୁ ଟ୍ରାକ୍ଟର ଓ ଟିପ୍ପରରେ ବାଲି ଯାଉଛି କିନ୍ତୁ ବିଭାଗ କାଗଜପତ୍ର ଯାଞ୍ଚ ଓ ଓଭର ଲୋଡିଙ୍ଗ ପ୍ରତି ଦୃଷ୍ଟି ଦେଲେ ଜନସାଧାରଣ ଉପକୃତ ହୋଇପାରିବେ । ସହରରେ ଦିନକୁ ଦିନ ବାଲି ଓଭର ଲୋଡିଙ୍ଗ ଚାଲିଛି ଯାହା ଫଳରେ ଟ୍ରାଫିକ ସମସ୍ୟା ଉପୁଜୁଛି । ଟ୍ରାକ୍ଟରରେ ପାଲ ମଧ୍ୟ ଘୋଡ଼ା ଯାଉନାହିଁ , ଯାହା ଫଳରେ ବାଲି ଉଡ଼ି ଜନସାଧାରଣଙ୍କ ଆଖିରେ ପଡୁଛି ! ଯାତାୟତରେ ବାଧା ସୃଷ୍ଟି ହେଉଛି । ଏତଦବ୍ୟତିତ କିଛି ଟ୍ରାକ୍ଟର ଡ୍ରାଇଭରଙ୍କ ଲାଇସେନ୍ସ ନଥ।ଏ , କାରଣ ସେମାନେ ଶ୍ରମିକରୁ ଡ୍ରାଇଭର ହୋଇଥ।ନ୍ତି ଓ ଅଭିଜ୍ଞତା ନଥାଇ ଟ୍ରାକ୍ଟର ଚଲାଇଥାନ୍ତି । ଏଣୁ ଯାଞ୍ଚ କରିବା ଆବଶ୍ୟକତା ରହିଛିବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Exit mobile version