Site icon Awaj Media

ଦୁଷ୍କର୍ମ ପିଡୀତା ନାବାଳିକା ର ପରିବାରକୁ ଭେଟିଲେ କଂଗ୍ରେସ ନେତା !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଦୁଷ୍କର୍ମ ପିଡୀତା ନାବାଳିକା ର ପରିବାରକୁ ଭେଟିଲେ କଂଗ୍ରେସ ନେତା l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ସରାସିଂହ ଗ୍ରାମର ଦୁଷ୍କର୍ମ ପୀଡିତା ନାବାଳିକା ଘରକୁ ଯାଇ ପରିବାରକୁ ଭେଟିଲେ କଟକ ବିଧାୟିକା ସୋଫିଆ ଫିରଦୋସ ! ଫ୍ୟାକ୍ଟ ଫାଇଣ୍ଡିଂଗ ଟିମ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ, ସସ୍ମିତା ବେହେରା, ସୁସ୍ମିତା ସିଂହ ଦେଓ ପ୍ରମୁଖ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ମଧ୍ୟ କରିଥିଲେ l ବିଧାୟିକା ସୋଫିଆ ବ୍ୟକ୍ତିଗତ ଭାବେ ପୀଡ଼ିତାଙ୍କ ବାପା ଓ ମାଆ ଙ୍କ ସହିତ କଥା ହୋଇଥିଲେ ଓ ଦୋଷୀକୁ କଠୋର ଦଣ୍ଡ ମିଳିବ ବୋଲି କହିଥିଲେ l ସେଠାରୁ ହିନ୍ଦୋଳ ଥାନା କୁ ଯାଇ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରଭାତ ବିଶ୍ବାଳଙ୍କୁ ଭେଟି ଦୋଷୀକୁ କିପରି ଉଚିତ୍ ଦଣ୍ଡ ମିଳିବ ଓ ପୀଡିତା କିପରି ଇନସୂରାନସ ପାଇବ ସେଥିପାଇଁ ଦୃଷ୍ଟି ଦେବାକୁ କହିଥିଲେ l ଥାନାରେ ପୀଡ଼ିତା ର ମା ଓ ଭାଇ ଉପସ୍ଥିତ ଥିଲେ l କଂଗ୍ରେସ ବିଧାୟିକା ଙ୍କ ସହିତ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ,ପୂର୍ବତନ ବିଧାୟକ ମହେଶ୍ଵର ନାଏକ ବିଧାୟକ ପ୍ରାର୍ଥୀ ତ୍ରିନାଥ ବେହେରା, ଛବିରାଜ ବିଶ୍ବାଳ, ମନୋଜ ସାମଲ, ମନସୁର ମହମଦ , ସୁବାସ ପାଳ, ରତିକାନ୍ତ ଗଡନାୟକ ପ୍ରମୁଖ ଉପସ୍ଥିତ ଥିଲେ ! ଥାନାରୁ ବାହାରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ କୁ ଯାଇ ପିଡିତା ନାବାଳିକା ଙ୍କୁ ଦେଖିଥିଲେ ଓ ତାଙ୍କର କୌଣସି ଅସୁବିଧା ଯେପରି ନ ହୁଏ ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ କହିଥିଲେ l

Exit mobile version