Site icon Awaj Media

ମା’ ଓଢାଇଶୁଣି ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆୟତପୁର ଗ୍ରାମ ପଞ୍ଚାୟତ ରେ l ନୂତନ ଭାବେ ମା,ଓଡ଼ାଇଶୁଣି ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ମହାଡ଼ମ୍ବରରେ ପାଳିତ ହୋଇଯାଇଛି l ଏହି ବିଗ୍ରହ ସ୍ଥାପନ ପ୍ରତିଷ୍ଠା ଉତ୍ସବ ରେ ଆୟତପୁର ଗାଁର ଝିଅ ସମାଜସେବୀ ମାନସୀ ପ୍ରଧାନ ଯୋଗଦେଇଥିଲେ l
ଗତ ସୋମବାର ଠାରୁ ବିଗ୍ରହ ପ୍ରତିଷ୍ଠା ଉତ୍ସ ସମେତ ଗୃତ ଯଜ୍ଞ ଆରମ୍ଭ ହୋଇ ଗୁରୁବାର ସନ୍ଧ୍ୟା ରେ ଯଜ୍ଞର ପୂର୍ଣ୍ଣାହୂତି ଓ ବିଗ୍ରହ ସ୍ଥାପନ ର ସମାପନ କାରାଯାଇଛି l
ତେବେ ସୋମବାର ଦିନ ଅଙ୍କୁରରୋପଣ, ଆରମ୍ଭ ହୋଇଥିବା ବେଳେ l ମଙ୍ଗଳବାର ଦିନ ମହିଳା ମାନେ ୧୦୮ ଟି କଳସ ଧରି ଗ୍ରାମ ମନ୍ଦିର ପୁଷ୍କରିଣୀରୁ କଳସ ଭାରିଥିଲେ l ଏହାପରେ ସେଠାରେ ପୂଜାର୍ଚ୍ଚନା କରାଯାଇ ମନ୍ଦିର ଭିତରେ ସମସ୍ତ କଳସ କୁ ସ୍ଥାପନ କରାଯାଇଥିଲା l ପଣ୍ଡିତମାନେ ସୂର୍ଯ୍ୟ ପୂଜା, ଅଗ୍ନୀ ସଂଯୋଗ, ଦେବତାବରଣ, ଚଣ୍ଡୀ ପାଠ, ଅଭିଷେକ କରିବାସହ ଯଜ୍ଞ କାର୍ଯ୍ୟ ଆରମ୍ଭ କରିଥିଲେ l ଆଜି ଯଜ୍ଞର ପୂର୍ଣ୍ଣାହୂତି ଅବସରରେ ନୂତନ ବିଗ୍ରହ ମାନଙ୍କୁ ମନ୍ଦିର ପରିକ୍ରମା କରାଯାଇ , ମନ୍ଦିରରେ ଚକ୍ର ଓ ଧ୍ଵଜା ସ୍ଥାପନ କରାଯିବା ପରେ l ବିଗ୍ରହ ମାନଙ୍କୁ ନିଜ ନିଜ ଆସନରେ ବିରାଜମାନ କରାଯାଇଥିଲା l ଏହି ପ୍ରତିଷ୍ଠା ଉତ୍ସବରେ ଅର୍ଚାର୍ଯ୍ୟ ଭାବେ ବିଭୁତିଭୂଷଣ ଶତପଥୀ , ଦେବ ବାଚସ୍ପତି କମଳ ପ୍ରସାଦ ଦାସ , ହେମନ୍ତ କୁମାର ଶତପଥୀ , ଚଣ୍ଡି ସାଧକ, ମହେଶ୍ବର ଦାସ ଶର୍ମା , ସ୍ମୃତିରଞ୍ଜନ ମିଶ୍ର ,ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ l ଏହି ପ୍ରତିଷ୍ଠା ଉତ୍ସବରେ ରାମଚନ୍ଦ୍ର ସୁବୁଦ୍ଧି ଏବଂ ତାଙ୍କର ସହଧର୍ମିଣୀ ଯଂଜ୍ଞ କର୍ତ୍ତା ଭାବରେ କାର୍ଯ୍ୟ ତୁଲାଇ ଥିଲେ।ଦୀର୍ଘ ପାଞ୍ଚବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମ ଓ ଅର୍ଥ ଦାନରେ ଏହିଭଳି ଏକ ବିରାଟ ମନ୍ଦିର ନିର୍ମାଣ ହୋଇଥିବା ବେଳେ l ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳାଇଦେଇଛି। ଏହି ଅବସରରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l

Exit mobile version