କିଆପଲ୍ଲା ରାଜ ପ୍ରତିଷ୍ଠିତ ବାବା ବାଲୁଙ୍କେଶ୍ୱର ମନ୍ଦିର ରେ ନୂତନ ଶିବଲିଙ୍ଗ ପ୍ରତିଷ୍ଠା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଆପଲ୍ଲା ରାଜସ୍ବ ଗ୍ରାମରେ ରାଜ ପ୍ରତିଷ୍ଠିତ ବାବା ବାଲୁଙ୍କେଶ୍ୱର ମନ୍ଦିର ରେ ନୂତନ ଶିବଲିଙ୍ଗ ପ୍ରତିଷ୍ଠା ହୋଇଯାଇଛି ! ଦୀର୍ଘ ବର୍ଷ ହେବ ପ୍ରଭୁ ଙ୍କ ଲିଙ୍ଗ ପାତାଳୀ ହୋଇ ଯାଇଥିଲେ ! ପୁରୀ ମୁକ୍ତି ମଣ୍ଡପ ପଣ୍ତିତ ମାନଙ୍କ ପରାମର୍ଶ କ୍ରମେ ନୂତନ ଶିବଲିଙ୍ଗ ପ୍ରତିଷ୍ଠା ହୋଇଛି । ତିନି ଦିନ ଧରି ମହାଯଜ୍ଞ , ବ୍ରାହ୍ମଣ ମାନଙ୍କ ଦ୍ଵାରା ମନ୍ତ୍ର , ବେଦ ପାଠ କରାଯାଇଥିଲା ! ମହାନଦୀ ରୁ ଶତାଧିକ ବ୍ୟକ୍ତି କଳସ ଯାତ୍ରା ରେ କୁମ୍ବ ଧରି ପାଟ ପଟୁଆର ରେ ଆସିଥିଲେ ବାବା ଙ୍କ ମନ୍ଦିର ପ୍ରାଙ୍ଗଣ କୁ ! କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ବାଙ୍କୀ ରାଜା , ବଡମ୍ବା ରାଜା , ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରୀପାଠୀ , ବାଙ୍କୀ ରାଜା ଙ୍କ ବିଧାର ତଥା ବାଙ୍କୀ ବ୍ଲକ ର ପୁର୍ବତନ ଅଧ୍ୟକ୍ଷ ଇଞ୍ଜିନିୟର ସତ୍ୟ ନାରାୟଣ ସାମନ୍ତ, ବାଙ୍କୀ ର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ , ବାରଙ୍ଗ ଜିଲ୍ଲା ପରିଷଦ ତଥା ବାଙ୍କୀ ବିଜେପି ନେତା ତୁଷାର କାନ୍ତ ଚକ୍ରବର୍ତ୍ତି, ସାଂସଦ ପ୍ରତିନିଧି ସରୋଜ ମତ୍ତଗଜ ସିଂ, ଆଇନଜୀବୀ ଦେବାଶିଷ ମାନସିଂ, ବାଙ୍କୀ ବ୍ଲକ ର ପୁର୍ବତନ ଅଧ୍ୟକ୍ଷ କାହ୍ନୁ ସିଂ, ପୁର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି , ସ୍ମୁତି ରଞ୍ଜନ ଲେଙ୍କା, ବାଙ୍କୀ ର ପୁର୍ବତନ ବିଧାୟକ ତଥା ସ୍ବର୍ଗତ ଅକ୍ଷୟ ପଟ୍ଟନାୟକ ଙ୍କ ପୁତ୍ର ସମାଜସେବୀ ଅବିନାଶ ପଟ୍ଟନାୟକ ! ସ୍ଥାନୀୟ ଅଞ୍ଚଳ ର ଶତାଧିକ ଶିବ ଭକ୍ତ ଏବଂ ଗ୍ରାମବାସୀ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ! କିଆପଲ୍ଲା ବାବା ବାଲୁଙ୍କେଶ୍ୱର ଯୁବକ ସଂଘ ଗ୍ରାମବାସୀ ମାନଙ୍କ ସହାୟତାରେ ଶିବ ଭକ୍ତ ଦାତା ମାନଙ୍କ ଆର୍ଥିକ ସହାୟତାରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା !

Leave a Reply

Your email address will not be published. Required fields are marked *